ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଘେରିଲେ ଶତାଧିକ ପୁରୁଷ ମହିଳା l ଗତ ୧ ତାରିଖ ଦିନ ସଲଗଡା ଗ୍ରାମର ଘନଶ୍ୟାମ ପୂର୍ତ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା l ପରିବାର ଏବଂ ଗ୍ରାମବାସୀ ହତ୍ୟା ଅଭିଯୋଗ ଆଣିଥିଲେ କିନ୍ତୁ ପୋଲିସ ମାମଲା ରୁଜୁ କରିନଥିଲା l ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣା ପଡ଼ିବ ବୋଲି କହିଥିଲେ ସ୍ଥାନୀୟ ଥାନା ଅଧିକାରୀl ଏକ ତାରିଖରୁ ଆଜିପର୍ଯ୍ୟନ୍ତ ବ୍ୟବଚ୍ଛେଦ ରିପୋର୍ଟ କାହିଁକି ଆସିନାହିଁ ବୋଲି ପ୍ରଶ୍ନ କରିଥିଲେ ଆନ୍ଦୋଳନକାରୀ l ଗ୍ରାମବାସୀ ଏବଂ ପରିବାର ଲୋକ ଏନେଇ ଅସନ୍ତୋଷ ଥିବା ବେଳେ ଆଜି ଘାଗରବେଡା ଥାନା ଘେରାଉ କରି କରିଛନ୍ତି ପରିବାର ଲୋକଙ୍କ ସହିତ ଗ୍ରାମବାସୀ l ତେବେ ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ ସେ ଦିଗରେ ବିଲକୁଲ ତଦନ୍ତ କରୁନଥିବା ଅଭିଯୋଗକୁ ନେଇ ତୀବ୍ରଅସନ୍ତୋଷ ସୃଷ୍ଟି କରିଛି l
ସ୍ଥାନୀୟ ଥାନା ପୋଲିସ ଅଧିକାରୀଙ୍କର ଏହି ମନୋମୁଖୀ ପଦକ୍ଷେପ ବିରୋଧରେ ଗ୍ରାମବାସୀ ଏକଜୁଟ ହୋଇ ଥାନା ପରିସରରେ ଏବଂ ଅଫିସ ଆଗରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୀର୍ଘ ସମୟ ଧରି ହୋ ହାଲା ଲାଗିରହିଥିବା ଦେଖିବାକୁ ମିଳିଥିଲା l ପୋଲିସ ଏବଂ ସଲଗଡା ଗ୍ରାମବାସୀଙ୍କ ମଧ୍ୟରେ ଠେଲା ପେଲା ମଧ୍ୟ ହୋଇଥିଲା l କିଛି ସମୟ ପରେ ରରୁଆଁ ଥାନା ଅଧିକାରୀ ଅନାଦି ପଟ୍ଟନାୟକ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ l ଖବରପାଇ ଉପଖଣ୍ଡ ପୋଲିସ ଅଧିକାରୀ ନବ ଚରଣ ନାୟକ ମଧ୍ୟ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ l ଶେଷରେ ଅତିରିକ୍ତ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଲୋକଙ୍କୁ ବୁଝାଶୁଝା କରିବା ପରେ ଉତ୍ୟକ୍ତ ଆନ୍ଦୋଳନକାରୀ ମାନେ ଶାନ୍ତ ହୋଇଥିଲେ l ରରୁଆଁ ବ୍ଲକ ଅଧ୍ୟକ୍ଷ ଅଜିତ ତିରିଆ ମଧ୍ୟ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝl କରିଥିଲେ l କିନ୍ତୁ ପୋଲିସର କହିବା କଥା ଶବ ବ୍ୟବଚ୍ଛେଦ ରିପୋର୍ଟରେ ସମ୍ପୃକ୍ତ ଯୁବକ ନିଜେ ଆତ୍ମ ହତ୍ୟା କରିଥିବା ଉଲ୍ଲେଖ ଅଛି l










