31.1 C
Bhubaneswar
Friday, February 13, 2026
Homeଓଡିଶାଓଡ଼ିଶାର ଦଶଜଣ ପାଇବେ ଜାତୀୟ ମିଡ଼ିଆ ଆୱାର୍ଡ଼

ଓଡ଼ିଶାର ଦଶଜଣ ପାଇବେ ଜାତୀୟ ମିଡ଼ିଆ ଆୱାର୍ଡ଼

ପୁରୀ : ଜାତୀୟ ମିଡ଼ିଆ ଫାଉଣ୍ଡେସନ ପକ୍ଷରୁ ପୁରୀରେ ହେଉଥିବା ତିନିଦିନିଆ ମିଡ଼ିଆ ସମାବେଶରେ କେନ୍ଦ୍ର ଓ ରାଜ୍ୟର ମନ୍ତ୍ରୀ ଏବଂ ସାଂସଦଙ୍କ ସମେତ ଭାରତବର୍ଷର ବିଶିଷ୍ଟ ସାମ୍ବାଦିକ ଓ ସ୍ତମ୍ଭକାର ଯୋଗଦେବେ ବୋଲି ଜଣାଯାଇଛି। ଫାଉଣ୍ଡେସନ ର ରାଜ୍ୟ ଉପସଭାପତି ସ୍ତମ୍ଭକାର ଡକ୍ଟର ବଦ୍ରି ମିଶ୍ରଙ୍କ ଅଧ୍ୟକ୍ଷତାରେ ପୁରୀ ଚୈତନ୍ୟ ଵିହାର ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରସ୍ତୁତ ବୈଠକରେ ଫାଉଣ୍ଡେସନର କେନ୍ଦ୍ର ସଭାପତି ରାଜେନ୍ଦ୍ର ଜୈନ ଆସନ୍ତା ନଭେମ୍ୱର ୯ରୁ ତିନିଦିନ ଧରି ଏହି ସମାବେଶରେ ଦେଶରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା, ପେନସନ ବୀମା ବୃଦ୍ଧି ସମେତ ସେମାନଙ୍କ ବିକାଶ ଉପରେ ଆଲୋଚନା ହୋଇ, ଏହା ଉପରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରକାଶ କରିଥଲେ।
ଏହି ଅବସରରେ ଓଡ଼ିଶା ର ଚଳଚ୍ଚିତ୍ର, ଶ୍ରୀଜଗନ୍ନାଥ ସଂସ୍କୃତି, ସମାଜସେବା ,ଶିଳ୍ପ ବିକାଶ, ସାହିତ୍ୟ,ଆଇନ୍ ସୁରକ୍ଷା ଆଦି କ୍ଷେତ୍ରରେ ଦଶଜଣ ବ୍ୟକ୍ତିତ୍ବଙ୍କୁ ଜାତୀୟ ମିଡ଼ିଆ ଆୱାର୍ଡ଼ ପ୍ରଦାନ କରାଯିବା ସହ ଏକ ରଙ୍ଗିନ ମାଗାଜିନ୍ ଉନ୍ମୋଚନ ହେବ ବୋଲି କହିଥିଲେ ଉତ୍ସବ କମିଟି ଅଧ୍ୟକ୍ଷ ମଧୁସୂଦନ ମିଶ୍ର। ଫେଡେରେସନ ର ଜାତୀୟ ସଂପାଦକ ସମୀର ସିଂ ଓ ପୂର୍ବାଞ୍ଚଳ ସଭାପତି ରଶ୍ମି ରଂଜନ ଦାଶଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକ ରେ ଜାତୀୟ ପ୍ରବକ୍ତା ଶିବଶଙ୍କର ଶର୍ମା, ସାମ୍ବାଦିକ ବିଶ୍ଵନାଥ ମିଶ୍ର, ଦେବ କୁମାର ମିଶ୍ର, ରଂଜନ ସାହୁ, ରାଜେନ୍ଦ୍ର ମିଶ୍ର, ଶିବରାମ ପ୍ରଧାନ, ସୌମ୍ୟରଞ୍ଜନ ପାତ୍ର, ଗଙ୍ଗା ନାରାୟଣ ନନ୍ଦ, ଗୋବିନ୍ଦ ପାତ୍ର, କେଦାର ମହାପାତ୍ର, ହୃଷୀକେଶ ପ୍ରଧାନ, ଦୁର୍ଗା ତ୍ରିପାଠୀ, ଅନୀଲ ସାହୁ,ମାନସ ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ।
5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking