26.1 C
Bhubaneswar
Saturday, March 29, 2025
Homeଓଡିଶାଆଜିଠୁ ରାଜ୍ୟରେ ପୁଣି ବଢିବ ତାପମାତ୍ରା

ଆଜିଠୁ ରାଜ୍ୟରେ ପୁଣି ବଢିବ ତାପମାତ୍ରା

ଭୁବନେଶ୍ୱର: ପୁଣିଥରେ ତାତି କରିବ କଲବଲ । ଆସନ୍ତା ତିନିଦିନ ଭିତରେ ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୂଚନା ଅନୁସାରେ,ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଥିଲା । ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ । ଆସନ୍ତା ୩ ଦିନ ଭିତରେ ପୁଣି ତାପାମାତ୍ରା ବୃଦ୍ଧି ପାଇବା ଆଶଙ୍କା ରହିଛି । ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ । ଗତ କିଛିଦିନ ଧରି କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିଲା । ୪୦ ଡିଗ୍ରୀ ତଳେ ରହିଥିଲା ସବୁ ସହରର ପାରଦ ।କୁଆପଥର ବର୍ଷାରେ ବେହାଲ ହୋଇଥିଲା ଧନଜୀବନ । ଆଜିଠୁ ପୁଣି ତାପମାତ୍ରା ବଢିବା ସହ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking