27.1 C
Bhubaneswar
Sunday, March 22, 2026
Homeଓଡିଶାପୁଣି ଖସିବ ପାରଦ, ବଢିବ ଶୀତ; କୁହୁଡି ପାଇଁ ୮ ଜିଲ୍ଲାକୁ ଆଲର୍ଟ

ପୁଣି ଖସିବ ପାରଦ, ବଢିବ ଶୀତ; କୁହୁଡି ପାଇଁ ୮ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ପାରଦ ପୁଣି ଖସିବ। ଫଳରେ ଶୀତ ବଢ଼ିବ। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡାର ପ୍ରକୋପ ଅଧିକ ଦେଖାଯିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର କିଛି ଅଞ୍ଚଳରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେଉଥିବାବେଳେ ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବ। ଆସନ୍ତା ୩ ଦିନରେ ୨ରୁ ୪ ଡିଗ୍ରୀ ରାତ୍ରିର ତାପମାତ୍ରା କମିବ। ଫଳରେ ଅଧିକ ଶୀତର ଅନୁଭୂତି ହେବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରଭାବ ରହିବା ସହ ଜଗତସିଂହପୁର, କଟକ ଝାରସୁଗୁଡା, କନ୍ଧମାଳ, କଳାହାଣ୍ଡି, ଖୋର୍ଦ୍ଧା, କଟକ ଓ ସୁନ୍ଦରଗଡରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ। ସେପଟେ ବାୟୁ ଚଳାଚଳ ସହ ଆର୍ଦ୍ରତା ମାତ୍ରାକୁ ନେଇ ରାଜ୍ୟର କିଛି ଅଞ୍ଚଳରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେଉଥିବାବେଳେ ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ସହ ଶୁଖିଲା ପାଗ ରହିବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ବିଶେଷ କରି ଉପକୂଳବର୍ତ୍ତୀ ଓଡ଼ିଶାର କାଁ ଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ୧୫.୨ ଡିଗ୍ରୀ ଝାରସୁଗୁଡାରେ ରେକର୍ଡ କରାଯାଇଛି। ସେହିପରି ପାହାଡିଆ ଅଞ୍ଚଳ କୋରାପୁଟରେ ୧୪.୦ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ୱରରେ ୨୧.୩ ଓ କଟକରେ ୧୯.୫ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟର କାଁଭାଁ ସ୍ଥାନରେ ହାଲୁକା ବର୍ଷା ହୋଇଥିବାବେଳେ କଟକ ନରାଜରେ ୧୫.୬ ମିମି ବର୍ଷା ରେକର୍ଡ ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking