27.1 C
Bhubaneswar
Wednesday, February 4, 2026
Homeଓଡିଶାରାଜ୍ୟରେ ପାରଦ ଉପମୁହାଁ

ରାଜ୍ୟରେ ପାରଦ ଉପମୁହାଁ

ଭୁବନେଶ୍ୱର: ସାରା ରାଜ୍ୟରେ ପାରଦ ଉପରମୁହାଁ । ପଶ୍ଚିମାଝଡ ପ୍ରଭାବରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ବଢୁଛି । ଗତ ୪ ଦିନ ମଧ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ୩ ଡିଗ୍ରୀ ତାପମାତ୍ରା ବଢିଥିବା ବେଳେ ଆଭ୍ୟନ୍ତରୀଣ ଜିଲ୍ଲାରେ ୭ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହା ଫଳରେ ଶୀତର ପ୍ରକୋପ ରାଜ୍ୟରେ କମିଛି । ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ ।

ଗତ ୨୪ଘଣ୍ଟା ମଧ୍ୟରେ ଘୁ.ଉଦୟଗିରିରେ ପାରଦ ୫.୮ଡିଗ୍ରୀ ଥିବାବେଳେ ସେମିଳିଗୁଡ଼ାରେ ୭.୬, ଫୁଲବାଣୀରେ ୯, ରାଉରକେଲାରେ ୧୧.୫, ଭୁବନେଶ୍ବରରେ ୧୩.୨ ଏବଂ କଟକରେ ୧୨.୮ଡିଗ୍ରୀ ରହିଛି । ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୩୨.୩ ଡିଗ୍ରୀ ଛୁଇଁଥିବା ବେଳେ ପାରାଦ୍ବୀପରେ ୩୧.୪, ପାରଳାଖେମୁଣ୍ଡିରେ ୩୧.୨, ଜଗତସିଂହପୁରରେ ୩୧, ଅନୁଗୋଳରେ ୩୧.୧, ଝାରସୁଗୁଡ଼ାରେ ୩୧.୪ ଡିଗ୍ରୀ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking