24.1 C
Bhubaneswar
Friday, February 13, 2026
Homeଓଡିଶାକଲବଲ କରୁଛି ତାତି : ୭ ସହରରେ ୩୭ ଡିଗ୍ରୀ ପାର

କଲବଲ କରୁଛି ତାତି : ୭ ସହରରେ ୩୭ ଡିଗ୍ରୀ ପାର

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ଖରାର ପ୍ରକୋପ   । ୭ ସହରରେ ତାପମାତ୍ରା ୩୭ ଡିଗ୍ରୀ ପାର କରିଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବ ନାହିଁ ନିସ୍ତାର । ମାର୍ଚ୍ଚ ୬ ଓ ୭ ତାରିଖରେ ସର୍ବୋଚ୍ଚ ତାପମାତ୍ରା ସାମାନ୍ୟ କମିବ ଏବଂ ୮ ତାରିଖଠାରୁ ପୁଣିଥରେ  ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି  । ଗତକାଲି ରେକର୍ଡ  ଅନୁଯାୟୀ  ବୌଦ୍ଧରେ ୩୮.୫, ମାଲକାନଗିରିରେ ୩୮.୪, ଅନୁଗୁଳରେ ୩୭.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଥିଲା ୩୬.୪ ଡିଗ୍ରୀ  । ସେହିପରି କଟକରେ ୩୪.୬ ଡିଗ୍ରୀ ରହିଥିଲା ସର୍ବୋଚ୍ଚ ତାପମାତ୍ରା  ।   ଝାରସୁଗୁଡ଼ା,  ସୁନ୍ଦରଗଡ଼, ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର, ପାରଳାଖେମୁଣ୍ଡି, ବୌଦ୍ଧ ସହରର ତାପମାତ୍ରା ୩୮ ଡିଗ୍ରି ଉପରେ ରହିପାରେ ବୋଲି ଆଂଚଳିକ ପାଣିପାଗ ବିଭାଗ ଅନୁମାନ କରିଛି । ଭୁବନେଶ୍ବର ବ୍ୟତୀତ ଉପକୂଳର ଅନ୍ୟ ସମସ୍ତ ସହରରେ ପାରଦ ୩୫ ଡିଗ୍ରି ଭିତରେ ରହିବାର ସମ୍ଭାବନା ରହିଛି  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking