ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡିଶା । ଝାରସୁଗୁଡାରେ ୪୫ ଟପିଲା ପାରଦ । ଚଳିତବର୍ଷ ପ୍ରଥମ ଥର ତାପମାତ୍ରା ୪୫ ଡିଗ୍ରୀ ଟପିଲା । ଝାରସୁଗୁଡାରେ ତାପମାତ୍ରା ୪୫.୪ ଡିଗ୍ରୀ ରହିଛି । ଏତିକିବେଳେ ସମ୍ବଲପୁରରେ ୪୩ ଡିଗ୍ରୀ, ହୀରାକୁଦରେ ୪୨.୪ ଡିଗ୍ରୀ, ରାଉକେଲାରେ ୪୨ ଡିଗ୍ରୀ, କେନ୍ଦୁଝରରେ ୩୮.୩ ଡିଗ୍ରୀ, ଚାନ୍ଦବାଲିରେ ୩୮.୨ ଡିଗ୍ରୀ, ବାଲେଶ୍ୱରରେ ୩୭ ଡିଗ୍ରୀ ଓ ଭୁବନେଶ୍ୱରରେ ୩୬ ଡିଗ୍ରୀ ରହିଛି ।