ନୂଆଦିଲ୍ଲୀ : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ବିଧାନ ପରିଷଦ ବା ଏମଏଲସି ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗ ଉଠିଥିବାରୁ ଦଳୀୟ ନେତୃତ୍ୱଙ୍କ ପାଇଁ ଏହା ଚିନ୍ତାରକାରଣ ହୋଇପାରେ । ହାଇଦ୍ରାବାଦ ସହର ଉପକଣ୍ଠରେ ଥିବା ବିଧାୟକ ଅନିରୁଦ୍ଧ ରେଡ୍ଡୀଙ୍କ ଘରେ ବସିଥିଲା ଏହି ଗୁପ୍ତ ବୈଠକ । ଏହି ବୈଠକରେ ଅନିରୁଦ୍ଧଙ୍କ ସହିତ ନୈନୀ ରାଜେନ୍ଦ୍ର ରେଡ୍ଡୀ, ଭୂପତି ରେଡ୍ଡୀ, ୱାଇ ଶ୍ରୀନିବାସ ରେଡ୍ଡୀ, ମୁରଲୀ ନାଏକ, କେ ରାଜେଶ ରେଡ୍ଡୀ, ସଞ୍ଜୀବ ରେଡ୍ଡୀ, ଲକ୍ଷ୍ମୀକାନ୍ତ ରାଓ, ଡି ମାଧବ ରେଡ୍ଡୀ ଓ ବୀର୍ଲା ଇଲିୟାହ ଉପସ୍ଥିତ ଥିଲେ । ଏହି ବୈଠକରେ ବିଶେଷ କରି ଦୁଇ ଜଣ ମନ୍ତ୍ରୀଙ୍କ ବିଷୟରେ ଆଲୋଚନା ହୋଇଥିଲା ବୋଲି ଜଣାପଡ଼ିଛି । ଏହି ଦୁଇ ମନ୍ତ୍ରୀ ଠିକା କାମ ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି । ବିଶେଷ କରି ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପି ଶ୍ରୀନିବାସ ରେଡ୍ଡୀଙ୍କ ବିରୋଧରେ ଏହି ବିଧାୟକମାନେ ଅଧିକ ଅସନ୍ତୋଷ ଝାଡ଼ିଥିଲେ । ଦଳର ଆହୁରି ଅନେକ ବିଧାୟକ ମଧ୍ୟ ତାଙ୍କ ବିରୋଧରେ ଥିବା ଏହି ବୈଠକରେ ଆଲୋଚନା ହୋଇଥିଲା । ଦଳର ୧୦ ବିଧାୟକଙ୍କ ରୁଦ୍ଧଦ୍ୱାର ବୈଠକକୁ ଗୁରୁତ୍ୱର ସହିତ ନେଇଛନ୍ତି ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ।