19.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶତେଲେଙ୍ଗାନା ସରକାରଙ୍କ ବଡ଼ ନିଷ୍ପତ୍ତି; ବୃଦ୍ଧ ବାପାମା’ଙ୍କ ଯତ୍ନ ନନେଲେ ଦରମା କାଟ୍‌

ତେଲେଙ୍ଗାନା ସରକାରଙ୍କ ବଡ଼ ନିଷ୍ପତ୍ତି; ବୃଦ୍ଧ ବାପାମା’ଙ୍କ ଯତ୍ନ ନନେଲେ ଦରମା କାଟ୍‌

ହାଇଦ୍ରାବାଦ୍‌: ତେଲେଙ୍ଗାନା ସରକାର ଏବେ ରାଜ୍ୟର ବୟୋଜ୍ୟେଷ୍ଠ ନାଗରିକଙ୍କ ମୌଳିକ ସୁବିଧାକୁ ସୁରକ୍ଷିତ କରିବା ଦିଗରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କ୍ଷମତାସୀନ କଂଗ୍ରେସ ସରକାର ସୋମବାର ନିଜ ଅଧୀନସ୍ଥ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ ଆଦେଶ ଜାରି କରିଛନ୍ତି। ରିପୋର୍ଟ ଅନୁସାରେ ତେଲେଙ୍ଗାନା ସରକାର ନିଜ କର୍ମଚାରୀମାନଙ୍କୁ ଏକ ଚେତାବନୀ ପୂର୍ବକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ, ଯଦି କୌଣସି ସରକାରୀ କର୍ମଚାରୀ ସେମାନଙ୍କ ନିଜ ବୃଦ୍ଧ ପିତାମାତାଙ୍କୁ ହଇରାଣ କରନ୍ତି କିମ୍ବା ଅଣଦେଖା କରନ୍ତି, ତେବେ ସେମାନଙ୍କ ବେତନରୁ ୧୦% କାଟ୍ କରାଯିବ ଏବଂ ଏହି କାଟ୍ ଅର୍ଥକୁ ସିଧାସଳଖ ସେମାନଙ୍କ ପିତାମାତାଙ୍କ ଆକାଉଣ୍ଟକୁ ପଠାଇଦିଆଯିବ। ମୋଟାମୋଟି ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଏବଂ ତାଙ୍କ ସରକାର ପିତାମାତାଙ୍କୁ ଅବହେଳା କରୁଥିବା ଏବଂ ସେମାନଙ୍କ ଯତ୍ନ ନ ନେବାରେ ବିଫଳ ହେଉଥିବା ସରକାରୀ କର୍ମଚାରୀଙ୍କ ଦରମାର ୧୦% କାଟିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। କେବଳ ସେତିକି ନୁହେଁ, ରେଡ୍ଡୀ ସରକାର ରାଜ୍ୟର ସମସ୍ତ ବରିଷ୍ଠ ନାଗରିକଙ୍କ ପାଇଁ “ପ୍ରଣାମ” ଡେ’କେୟାର ସେଣ୍ଟର ଖୋଲିବା, ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ବିବାହ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଏବଂ ପ୍ରତ୍ୟେକ ପୌର ନିଗମରେ ଟ୍ରାନ୍ସଜେଣ୍ଡର ସଦସ୍ୟଙ୍କୁ ନିଯୁକ୍ତି ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ତେଲେଙ୍ଗାନା ସରକାରଙ୍କ ନିଜ କର୍ମଚାରୀଙ୍କ ପାଇଁ ଏପ୍ରକାର ନିର୍ଦ୍ଦେଶାନାମା ସବୁ ରାଜ୍ୟ ସରକାରଙ୍କ ପାଇଁ ଏକ ଭଲ ଉଦାହରଣ ହୋଇପାରେ ବୋଲି ବିବେଚନା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking