ନୂଆଦିଲ୍ଲୀ: ତେଲେଙ୍ଗାନା କେମିକାଲ ବିସ୍ଫୋରଣରେ ଏବେ ବି ୫ ଓଡ଼ିଆ ନିଖୋଜ ଅଛନ୍ତି । ଏଥିରେ ୪ ଓଡ଼ିଆଙ୍କ ଜୀବନ ଯାଇଥିବା ବେଳେ ଆଉ ୪ ଜଣଙ୍କ ଚିକିତ୍ସା ଜାରି ରହିଛି । ମୃତକମାନେ ଗଞ୍ଜାମର ଜଗନମୋହନ , କଟକ ତିଗିରିଆର ଲଗ୍ନଜିତ ଦୁଆରୀ , ବାଲେଶ୍ୱରର ମନୋଜ ରାଉତ ଏବଂ ଯାଜପୁରର ଦୋଳଗୋବିନ୍ଦ ସାହୁ ବୋଲି ଜଣାପଡିଛି । ଏନେଇ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ଓଏସଡି ସୂଚନା ଦେଇଛନ୍ତି । ଓଡିଶା ସରକାରଙ୍କ ପକ୍ଷରୁ ଦୁଇ ଜଣିଆ ଟିମ ଘଟଣାସ୍ଥଳକୁ ଗସ୍ତ ମଧ୍ୟ କରିଛନ୍ତି । ଏବେ ବି ଆହୁରି ୩୨ ମୃତଦେହ ଚିହ୍ନଟ ହୋଇପାରୁନାହିଁ । ଓ,ମୋନଙ୍କ ମଧ୍ୟରେ ବି ଆଉ କିଛି ଓଡିଆ ଅଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।










