19.1 C
Bhubaneswar
Saturday, February 7, 2026
Homeଓଡିଶାନିଆଁ ଲାଗିବାରୁ ଅଟକିଲା ତେଜସ ଏକ୍ସପ୍ରେସ୍‌

ନିଆଁ ଲାଗିବାରୁ ଅଟକିଲା ତେଜସ ଏକ୍ସପ୍ରେସ୍‌

ବାଲେଶ୍ୱର: କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା, ରୂପସା ଓ ଅମର୍ଦ୍ଦାରୋଡ ଷ୍ଟେସନରେ ଘଟିଥିବା ଦେଖିବାକୁ ମିଳିଛି। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ଟ୍ରେନ୍ ନମ୍ବର ୨୨୮୧୧ ‘ତେଜସ୍ ଏକ୍ସପ୍ରେସ୍‌’ ନିଆଁ ଲାଗିବା ଭଳି ଘଟଣା ଦେଖିବାକୁ ମିଳିଛି, ଯେଉଁଥି ପାଇଁ ବାଲେଶ୍ୱର ଜିଲ୍ଲା ବସ୍ତା ରେଳ ଷ୍ଟେସ ମୁନରେ ଏହି ଟ୍ରେନ ଦୀର୍ଘ ଦେଢ଼ ଘଣ୍ଟା ଅଟକି ଥିବା ଦେଖିବାକୁ ମିଳିଛି। ଅବଶ୍ୟ ଏହି ଘଟଣା ମନୁଷ୍ୟ କୃତ୍ ହୋଇନଥବା ବେଳେ ପ୍ରାକୃତିକ ବିପର‌୍ୟ୍ୟୟରୁ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ଆଜି ଭୁବନେଶ୍ଵରରୁ ଏହି ଟ୍ରେନ୍‌ ସକାଳ ୧୦ ଘଟିକା ୩୬ ମିନିଟରେ ଛାଡ଼ି ନୂଆଦିଲ୍ଲୀ ଅଭିମୁଖେ ବାହାରିଥିବା ବେଳେ ବାଲେଶ୍ୱର ଷ୍ଟେସନରେ ମଧ୍ୟାହ୍ନ ଗୋଟାଏ ଛତିଶରେ ପହଞ୍ଚି ପୁଣି ଗୋଟାଏ ସଇଁ ତିରିଶ ସମୟରେ ଆଗକୁ ବଢ଼ିଥିଲା। ଟ୍ରେନଟି ଦୁଇଟା ଚାରି ମିନିଟ ବେଳେ ବସ୍ତା ଷ୍ଟେସନ୍ ପହଞ୍ଚିବାକୁ କିଛି ମିନିଟ ପୂର୍ବରୁ ଏହି ଅଞ୍ଚଳରେ ବର୍ଷା ପବନ ଆରମ୍ଭ ହୋଇଥିଲା। ଫଳରେ ଟ୍ରେନ ଲାଇନ ପାଖରେ ଥିବା କୌଣସି ବ୍ୟକ୍ତିଙ୍କ ନଡ଼ିଆ ଗଛରୁ ନଡିଆ ବାହୁଙ୍ଗା ଖସି ଟ୍ରେନ ଇଞ୍ଜିନ ଉପରେ ପଡିଥିଲା। ଫଳରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଟ୍ରେନ ଇଞ୍ଜିନ ଉପରେ ନଡ଼ିଆ ବାହୁଙ୍ଗା  ଜଳିବାକୁ ଲାଗି ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking