26.1 C
Bhubaneswar
Wednesday, February 4, 2026
Homeଓଡିଶାତହସିଲଦାଙ୍କୁ ପୁରୁଣା କବଲ ସଂଶୋଧନ କ୍ଷମତା

ତହସିଲଦାଙ୍କୁ ପୁରୁଣା କବଲ ସଂଶୋଧନ କ୍ଷମତା

ଭୁବନେଶ୍ୱର : ରାଜ୍ୟରେ ଜମି କିଣାବିକା ଏବଂ ଜମି ପଟ୍ଟା ସଂଶୋଧନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଓଡ଼ିଶା ସର୍ଭେ ଆଣ୍ଡ ସେଟଲ୍‌ମେଣ୍ଟ ରୁଲ୍‌ସରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।ଏଣିକି ପୁରୁଣା ପଞ୍ଜୀକୃତ କବଲା ସଂଶୋଧନ କରିବାର କ୍ଷମତା ତହସିଲଦାରଙ୍କୁ ପ୍ରଦାନ କରାଯାଇଛି। ଅନ୍ୟାନ୍ୟ ବୈଧ ଦଲିଲ ସମ୍ବନ୍ଧୀୟ ଜମିଜମା ରେକର୍ଡର ସଂଶୋଧନ କ୍ଷମତା ମଧ୍ୟ ତହସିଲଦାରଙ୍କୁ ମିଳିଛି। ଏହି ନିଷ୍ପତ୍ତି ଫଳରେ ଜମି ମାମଲାରେ ଆଉ ରାଜସ୍ବ ପର୍ଷଦ କିମ୍ବା ଅନ୍ୟାନ୍ୟ ରିଭିଜନ କୋର୍ଟରେ ଅପିଲ କରିବାର ଆବଶ୍ୟକତା ପଡ଼ିବ ନାହିଁ।ଏହା ପୂର୍ବରୁ ରାଜ୍ୟରେ ଜମି କିଣାବିକାକୁ ସରଳ କରିବା ଉଦ୍ଦେଶ୍ୟରେ ତହସିଲ ଅଫିସରେ ସବରେଜିଷ୍ଟ୍ରି ଅଫିସର ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲ ଏବଂ ଡିସେମ୍ବର ସୁଦ୍ଧା ମୋଟ୍ ୨୭୩ଟି ତହସିଲ ଅଫିସରେ ଏହି ସେବା ଆରମ୍ଭ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking