18.1 C
Bhubaneswar
Monday, February 2, 2026
Homeଓଡିଶାସ୍ଥାନୀୟ ସମୁଦାୟ ମାଧ୍ୟମରେ ଜୈବ ବିବିଧତାର ସୁରକ୍ଷା ଓ ସାମଗ୍ରିକ ବିକାଶ" ସମ୍ପର୍କିତ ବୈଷୟିକ ଅଧିବେଶନ...

ସ୍ଥାନୀୟ ସମୁଦାୟ ମାଧ୍ୟମରେ ଜୈବ ବିବିଧତାର ସୁରକ୍ଷା ଓ ସାମଗ୍ରିକ ବିକାଶ” ସମ୍ପର୍କିତ ବୈଷୟିକ ଅଧିବେଶନ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଖେଳପଡ଼ିଆ ଠାରେ ତିନିଦିନ ଧରି ଚାଲିଥିବା କୃଷି ମହାକୁମ୍ଭ “କୃଷି ଓଡିଶା-୨୦୨୬”ରେ ଓଡ଼ିଶା ସରକାରଙ୍କ ମୃତ୍ତିକା ସରଂକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶାଳୟ ଅଧୀନରେ GEF-6 ଗ୍ରୀନ ଏଜି ପ୍ରକଳ୍ପ ଦ୍ୱାରା ‘ସ୍ଥାନୀୟ ସମୁଦାୟ ମାଧ୍ୟମରେ ଜୈବ ବିବିଧତାର ସୁରକ୍ଷା ଓ ସାମଗ୍ରିକ ବିକାଶ’ ଶୀର୍ଷକ ଏକ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ପଦ୍ମଶ୍ରୀ ସୁଶ୍ରୀ ସାବରମତୀ (ସମ୍ଭବ) ଅଧ୍ୟକ୍ଷତା କରି ସ୍ଥାୟୀ କୃଷି-ପରିସଂସ୍ଥାନରେ ଜୈବିକ ଚାଷ ଏବଂ ଦେଶୀୟ କିସମର ବିହନ ସଂରକ୍ଷଣ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ଓୟୁଏଟି କଲେଜ ଅଫ୍ ଫରେଷ୍ଟ୍ରିର ଡିନ୍ ପ୍ରଫେସର ଆଲୋକ କୁମାର ପାତ୍ର ଏଥିରେ ସହ-ଅଧ୍ୟକ୍ଷତା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଦେଶୀ ବିହନର ସଂରକ୍ଷଣ, ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣରେ ଜୈବ ବିବିଧତାର ଭୂମିକା, ମହିଳା ଓ ଯୁବଗୋଷ୍ଠୀଙ୍କ ଅଂଶଗ୍ରହଣ ଏବଂ ପାରମ୍ପରିକ ଜ୍ଞାନ କୌଶଳ ଉପରେ ଆଲୋଚନା କରାଯାଇଛି । ଏହି ଅଧିବେଶନରେ ଡ଼. କୋଣ୍ଡା ଚାଭା (FAOR) ଗ୍ରୀନ୍-ଏଜି ପ୍ରକଳ୍ପ ମାଧ୍ୟମରେ କୃଷି ପ୍ରଣାଳୀରେ ଜୈବ ବିବିଧତା ସଂରକ୍ଷଣ କରି ବିଶ୍ୱସ୍ତରୀୟ ପରିବେଶ ଲାଭ (GEBs) ହାସଲ କରିବା ଉପରେ ମତବ୍ୟକ୍ତ କରିଥିଲେ । ଡ଼. ଅଙ୍କିତା ସାହୁ (ICAR-CIWA) ଏବଂ ଡଃ ଶୁଭ୍ରାଂଶୁ ନାୟକ (ଓଡ଼ିଶା ଜୈବ ବିବିଧତା ବୋର୍ଡ) ପ୍ରମୁଖ ବିଶେଷଜ୍ଞ ଭାବେ ଯୋଗଦେଇ ସଂରକ୍ଷଣ ଦିଗରେ ସରକାରଙ୍କ କଣ ପ୍ରୟାସ ରହିଛି ସେନେଇ ବକ୍ତବ୍ୟ ରଖିଥିଲେ । ଏହି ଅଧିବେଶନରେ ପ୍ରଗତିଶୀଳ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG), ଛାତ୍ରଛାତ୍ରୀ, ବୈଜ୍ଞାନିକ, ଉଦ୍ୟୋଗୀ, ସରକାରୀ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ।

ସମ୍ମିଳନୀରେ ଗ୍ରୀନ୍-ଏଜି ଦ୍ୱାରା ପ୍ରକାଶିତ ରାଜ୍ୟ ଇନଫୋଗ୍ରାଫିକ୍ ଉନ୍ମୋଚନ କରାଯାଇଥିଲା । ଏହା ସହ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା କିଛି ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜୈବିକ କୃଷି, ମୃତ୍ତିକା ପରିଚାଳନା ଏବଂ ବଜାର ସଂଯୋଗୀକରଣ ମାଧ୍ୟମରେ କୃଷକଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ପାଇଁ “କୃଷି ଓଡ଼ିଶା- ୨୦୨୬” ଏକ ପ୍ରମୁଖ ମଞ୍ଚ ସାବ୍ୟସ୍ତ ହୋଇଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପର ରାଜ୍ୟ ବୈଷୟିକ ସମନ୍ୱୟ ଅଧିକାରୀ ଡ. ଦୟାନିଧି ମିଶ୍ର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପ୍ରଫୁଲ କୁମାର ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପ୍ରକଳ୍ପ କମ୍ୟୁନିକେସନ ଅଫିସର ସ୍ମିତା ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking