26.1 C
Bhubaneswar
Friday, March 20, 2026
Homeଦେଶ ବିଦେଶଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲା ଟିମ୍ ଇଣ୍ଡିଆ

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲା ଟିମ୍ ଇଣ୍ଡିଆ

କାନବେରା: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍‌ବାନିଜ୍‌ଙ୍କୁ ଗୁରୁବାର କାନ୍‌ବେରାରେ ଟିମ୍ ଇଣ୍ଡିଆ ଖେଳାଳି ଭେଟିଛନ୍ତି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳିବା ପାଇଁ ଟିମ୍ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆ ଗସ୍ତରେ ରହିଛି। ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ ଆଡିଲେଡ୍‌ରେ ଡିସେମ୍ବର ୬ରୁ ଖେଳାଯିବ। ଏହା ପୂର୍ବରୁ କାନବେରାରେ ପ୍ରଧାନମନ୍ତ୍ରୀ ଏକାଦଶ ଏବଂ ଟିମ୍ ଇଣ୍ଡିଆ ମଧ୍ୟରେ ଏକ ଅଭ୍ୟାସ ମ୍ୟାଚ୍ ଖେଳାଯିବ। ଭାରତୀୟ ଟିମ୍ ନଭେମ୍ବର ୨୮ ତାରିଖ ସକାଳେ ପର୍ଥରୁ ଯାଇ କାନବେରାରେ ପହଞ୍ଚିଥିଲା। ପ୍ରଧାନମନ୍ତ୍ରୀ ଅଲ୍‌ବାନିଜ୍‌ଙ୍କ ଆଧିକାରିକ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍‌ରେ ଏହି ସାକ୍ଷାତକାରର ଫଟୋ ଶେୟାର୍ କରାଯାଇଛି। ଏହି ସାକ୍ଷାତ ଅବସରରେ ଅଲ୍‌ବାନିଜ୍ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ପ୍ରଦାନ କରିବା ସହିତ ଟେଷ୍ଟ ସିରିଜ୍‌ରେ ଅଷ୍ଟ୍ରେଲିଆ ଟିମ୍ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଶାବ୍ୟକ୍ତ କରିଥିଲେ। ସୋସିଆଲ୍ ମିଡିଆ ପୋଷ୍ଟ୍‌ରେ ସେ ଲେଖିଛନ୍ତି, ଚଳିତ ସପ୍ତାହରେ ମନୁକା ଓଭାଲ୍‌ରେ ଭାରତୀୟ ଟିମ୍ ବିପକ୍ଷରେ ପ୍ରଧାନମନ୍ତ୍ରୀ ଏକାଦଶର ଏକ ଚମତ୍କାର ମୁକାବିଲା ହେବ।
ଏହି ସାକ୍ଷାତ ଅବସରରେ ଅଲ୍‌ବାନିଜ୍ ଭାରତୀୟ ଟିମ୍‌ର ଖେଳାଳିଙ୍କ ସହିତ କଥାବାର୍ତ୍ତା ମଧ୍ୟ କରିଥିଲେ। ରୋହିତ ଶର୍ମା ଟିମ୍‌ର ଖେଳାଳିଙ୍କ ସହ ତାଙ୍କୁ ପରିଚିତ କରାଇଥିଲେ। ଏହି ଅବସରରେ ଅଲ୍‌ବାନିଜ୍ ଜସ୍‌ପ୍ରୀତ୍ ବୁମ୍‌ରାଙ୍କୁ କହିଥିଲେ ତାଙ୍କ ଅନ୍ଦାଜ ବାକି ବୋଲର୍‌ଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେହିପରି ବିରାଟ କୋହଲିଙ୍କୁ କହିଥିଲେ, ପର୍ଥରେ ଆପଣ ସମୟ ଭଲ ଥିଲା। ଅଷ୍ଟ୍ରେଲିଆ ବ୍ୟାକ୍‌ଫୁଟ୍‌ରେ ଥିବାବେଳେ ଆପଣ ଚମତ୍କାର ଇନିଂସ୍ ଖେଳିଥିଲେ। ଏହାର ଉତ୍ତରରେ କୋହଲି କହିଥିଲେ, ମୋତେ ଏଥିରେ କିଛି ମସାଲା ମିଶାଇବାକୁ ସବୁବେଳେ ଭଲ ଲାଗିଥାଏ। ଏହି ଉତ୍ତରରେ ଅଲ୍‌ବାନିଜ୍ ହସିବା ସହିତ ଭାରତ ମାନେ ହିଁ ମସାଲା ରହିବା ଉଚିତ ବୋଲି କହିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking