28.1 C
Bhubaneswar
Sunday, June 15, 2025
Homeଖେଳଟିମ୍ ଇଣ୍ଡିଆ ପାକିସ୍ତାନ ନଯିବା ଖବରକୁ ଶୁକ୍ଳାଙ୍କ ଖଣ୍ଡନ

ଟିମ୍ ଇଣ୍ଡିଆ ପାକିସ୍ତାନ ନଯିବା ଖବରକୁ ଶୁକ୍ଳାଙ୍କ ଖଣ୍ଡନ

ନୂଆଦିଲ୍ଲୀ:  ପାକିସ୍ତାନରେ ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ନଯିବା ଖବରକୁ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ଖଣ୍ଡନ କରିଛନ୍ତି । ଶୁକ୍ଳା ଶନିବାର କହିଛନ୍ତି ବର୍ତ୍ତମାନ ସୁଦ୍ଧା ଏହା ଉପରେ ବିସିସିଆଇ କିମ୍ବା ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି । ରାବୀଜ ଶୁକ୍ଳା ‘ଦ ପ୍ରିଣ୍ଟ୍‌’ ସହ ଫୋନ୍‌ରେ ଆଲୋଚନା ବେଳେ ଏହା କହିଛନ୍ତି । କେତେକ ରିପୋର୍ଟରେ ଦାବି କରାଯାଇଥିଲା ଯେ ଆସନ୍ତା ବର୍ଷ ଫେବୃଆରୀରେ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ୍‌ରେ ଭାରତ ଅଂଶଗ୍ରହଣ କରିବ ନାହିଁ । ଏହା ସହିତ ବିସିସିଆଇ ଭାରତର ମ୍ୟାଚ୍ ନ୍ୟୁଟ୍ରାଲ୍ ଭେନ୍ୟୁରେ କରାଇବା ପାଇଁ ଆଇସିସିକୁ କହିଛି ।  ଏହି ଖବରକୁ ମଧ୍ୟ ଶୁକ୍ଳା ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ମୁଁ ଜାଣିନାହିଁ କେଉଁ ସୂତ୍ର ଏହି ସୂଚନା ଦେଇଛି । ବିସିସିଆଇ ବର୍ତ୍ତମାନ ସୁଦ୍ଧା କୌଣସି ଆଧିକାରିକ ସୂଚନା ଦେଇନାହିଁ ବୋଲି ରାଜୀବ ଶୁକ୍ଳା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking