ମୟୂରଭଞ୍ଜ: ଆଇଏଏସ ଅଫିସରଙ୍କ ନାମ କହି ଠକୁଥିଲେ। ସରକାରୀ ଚାକିରି କରାଇଦେବା ନାଁରେ ଲୁଟୁଥିଲେ ମୋଟା ଅଙ୍କର ଟଙ୍କା। ମାଡି ବସିଲା ମୟୂରଭଞ୍ଜ ଖୁଣ୍ଟା ପୋଲିସ । ଏଭଳି ଅଭିଯୋଗ ଆସିଛି ବୈରାଟପୁର ବିଦ୍ୟାଳୟ ସହକାରୀ ଶିକ୍ଷକ ମନୋଜ ଆଚାର୍ୟ୍ୟଙ୍କ ବିରୋଧରେ । ଚାକିରି ନାଁରେ ଠକେଇ ଅଭିଯୋଗରେ ସହକାରୀ ଶିକ୍ଷକ ମନୋଜ ଆଚାର୍ୟ୍ୟଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଖୁଣ୍ଟା ପୋଲିସ । ଗିରଫ ଅନ୍ୟ ଦୁଇ ଜଣ ହେଲେ ଉଦଳା ଅଞ୍ଚଳର ଇଞ୍ଜିନିୟର ଦିଲ୍ଲୀପ ଜେନା ଏବଂ ବାରିପଦା କାଳିକାପୁରର ଲୋହିତ ଜେନା । ସରକାରୀ ଚାକିରି କରାଇଦେବା ନାଁରେ ଏମାନେ ଉଦଳା, ଖୁଣ୍ଟା, ବାରିପଦା ଏବଂ ଝାରପୋଖରିଆ ଅଞ୍ଚଳରେ ଅନେକ ଯୁବକଙ୍କୁ ଲୁଟିଛନ୍ତି । ଖୁଣ୍ଟା ଏବିଇଓ ବୃନ୍ଦାବନ ମାରାଣ୍ଡିଙ୍କ ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଛି ।