23.1 C
Bhubaneswar
Monday, February 23, 2026
Homeଅପରାଧସହକର୍ମୀ ଶିକ୍ଷକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ଶିକ୍ଷୟିତ୍ରୀ

ସହକର୍ମୀ ଶିକ୍ଷକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ: ରାଜସ୍ଥାନର ଅଲବର ଜିଲ୍ଲାରେ ଜଣେ ସରକାରୀ ଶିକ୍ଷୟିତ୍ରୀ ତାଙ୍କ ସହକର୍ମୀ ଶିକ୍ଷକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ଏହି ଦୁଷ୍କର୍ମ ଘଟଣା ଏକମାସ ପୂର୍ବର ବୋଲି କୁହାଯାଉଥିବା ବେଳେ ଗତ ବୁଧବାର ପୀଡ଼ିତା ଥାନାରେ ଦୁଷ୍କର୍ମକାରୀ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କ କହିବାନୁସାରେ, ଦୁଷ୍କର୍ମକାରୀ ଶିକ୍ଷକ ଗୌତମ ଯାଦବ ଓ ମୁଁ ଅଲବର ଠାରୁ ୨୫ କିଲୋମିଟର ଦୂରରେ ଥିବା ଭିନ୍ନଭିନ୍ନ ସରକାରୀ ସ୍କୁଲରେ ଚାକିରି କରୁ।

ତେଣୁ ପ୍ରତିଦିନ ମୁଁ ଗୌତମଙ୍କ ସହିତ ସ୍କୁଲ ଯିବା ଆସିବା କରୁଥିଲି। ମାସକ ପୂର୍ବରୁ ପ୍ରତିଦିନ ଭଳି ମୁଁ ସ୍କୁଲ ଯିବା ପାଇଁ ଗୌତମଙ୍କ ଗାଡ଼ିରେ ବସିଥିଲି। ଗୌତମ ସେଦିନ ମୋତେ ସ୍କୁଲ ଯିବା ରାସ୍ତାରେ ନଆଣି ଏକ ନିଛାଟିଆ ରାସ୍ତାରେ ନେଇ ଗାଡ଼ି ଅଟକାଇ ଦୁଷ୍କର୍ମ କରିଥିଲେ। ଆଉ ଘଟଣାସ୍ଥଳରେ ଛାଡ଼ି ଚାଲି ଯାଇଥିଲେ। ମୁଁ ଏହି ଘଟଣାରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲି। ତେଣୁ ଥାନାକୁ ଆସି ଅଭିଯୋଗ କରିବାର ସାହାସ ଜୁଟାଇ ପାରି ନଥିଲି।’ ଦୁଷ୍କର୍ମକାରୀ ଗୌତମ ଯାଦବ ନୀମରାନାର ରେୱାନା ଗ୍ରାମରେ ବସବାସ କରନ୍ତି। ପୀଡ଼ିତା ଦୁଷ୍କର୍ମକାରୀ ବିରୋଧରେ ମାମଲା ରୁଜୁ କରିଥିବା ଜାଣି ଶିକ୍ଷକ ଫେରାର ରହିଛନ୍ତି। ପୁଲିସ ଫେରାର ଶିକ୍ଷକଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରି ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking