କଟକ: ସାଂସଦ ଓ ବିଧାୟକଙ୍କ ଶିକ୍ଷକ ବଦଳି କ୍ଷମତା ଉପରେ ଲାଗିଲା ରୋକ । ରୋକ ଲଗାଇଲେ ଓଡିଶା ହାଇକୋର୍ଟ । ଜନପ୍ରତିନିଧିଙ୍କ ଶିକ୍ଷକ ବଦଳି ସୁପାରିସ୍ କ୍ଷମତାକୁ କୋର୍ଟଙ୍କ ଭର୍ତ୍ସନା । ସରକାରଙ୍କ ନୀତି ଦ୍ୱାରା ଶିକ୍ଷକ ବଦଳି ପ୍ରସଙ୍ଗ ପ୍ରଭାବିତ ହେବା ଅଭିଯୋଗ ହୋଇଥିଲା । ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଳାହାଣ୍ଡି ଜିଲ୍ଲାର ୨ ଜଣ ଶିକ୍ଷକ । ଜଷ୍ଟିସ କ୍ରିଷ୍ଣା ଶ୍ରୀପଦଙ୍କ ଖଣ୍ଡପୀଠରେ ଶୁଣାଣି । ପରବର୍ତ୍ତୀ ଶୁଣାଣି ଯାଏଁ ଅନ୍ତରୀଣ ରହିତାଦେଶ ଜାରି କଲେ କୋର୍ଟ । ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ । ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।









