24.1 C
Bhubaneswar
Tuesday, February 10, 2026
Homeଓଡିଶାଶିକ୍ଷକ ନିଯୁକ୍ତି ଟିଜିଟି ମାତ୍ର ଦରମା ମାଟ୍ରିକ୍ ସିଟି

ଶିକ୍ଷକ ନିଯୁକ୍ତି ଟିଜିଟି ମାତ୍ର ଦରମା ମାଟ୍ରିକ୍ ସିଟି

ଭୁବନେଶ୍ୱର: ରାଜ୍ୟ ସରକାର ପୂର୍ବରୁ ସିଟି ଶିକ୍ଷକମାନଙ୍କୁ ବା ବି.ଏଡ୍‌. ଶିକ୍ଷକମାନଙ୍କୁ ଏକ ପ୍ରକାର ପଦରେ ନିଯୁକ୍ତି ଦେଇଆସୁଥିଲେ। ୨୦୦୯ ମସିହାର ଶିକ୍ଷା ଅଧିକାର ଅଧିନିୟମ ଓ ରାଜ୍ୟରେ ଲାଗୁ ହୋଇଥିବା ୨୦୧୦ ଶିକ୍ଷା ଅଧିକାର ଆଇନ୍ ଅନୁସାରେ ନିଯୁକ୍ତିକୁ ଉଚ୍ଚନ୍ୟାୟାଳୟଙ୍କ ଦ୍ୱାରା ଖାରଜ କରାଯାଇଥିଲା। ରାଜ୍ୟରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଖାଲିଥିବା ପଦବୀ ଓ ନୂତନ ସୃଷ୍ଟି ପଦବୀରେ ନିଯୁକ୍ତି ଦେବାପାଇଁ ସ୍ପଷ୍ଟ ଉଲ୍ଲେଖ କରି ପୂର୍ବର ସମସ୍ତ ଗେଜେଟ୍ ବିଜ୍ଞାପନ, ଅଧିବେଶନ ଓ କ୍ୟାଡର ରୁଲ୍‌କୁ ୨୦୧୦ ମସିହାରେ ଖାରଜ କରିଥିଲେ। ସେହି ଅନୁସାରେ କେସ୍ ନଂ-୧୭୬୧ ଏବଂ ବ୍ୟାଚ୍ କେସ୍ ଗୁଡ଼ିକରେ ପିଟିସନର ଥିବା ସମସ୍ତ ସଦସ୍ୟଙ୍କୁ ଏବଂ ରାଜ୍ୟ ସରକାରଙ୍କୁ ନୋଟିସ୍ କରାଯାଇଥିଲା।

୬ ବର୍ଷ ସ୍ୱଳ୍ପ ଦରମାରେ ଚାକିରି କଲାପରେ ରେଗୁଲାର ହେବା ସମୟରେ ଏହି ଶିକ୍ଷକମାନଙ୍କୁ ମାଟ୍ରିକ୍ ସିଟିର ଦରମା ଦେଇଥିଲେ। ରାଜ୍ୟ ସରକାର ଯଦି ନିୟମ ଅନୁସାରେ ବି.ଏଡ୍‌. ଯୋଗ୍ୟତାଧାରୀଙ୍କୁ ଟି.ଜି.ଟି. ହାରରେ ବେତନ ଦେଇଥାନ୍ତେ ଓ +୨ ଯୋଗ୍ୟତାଧାରୀଙ୍କୁ +୨ ହାରରେ ଦରମା ଦେଇଥାଆନ୍ତେ ତେବେ କୌଣସି ବିବାଦ ଉପୁଜି ନଥାନ୍ତା। ମାତ୍ର ସରକାର ଡି.ଲିଙ୍କ ଆଳରେ ଅଷ୍ଟମ ଶ୍ରେଣୀକୁ ଉଚ୍ଚ ବିଦ୍ୟାଳୟରୁ କାଟିଆଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରଖିବାରୁ ଏହି ନିୟମ ଅଧିକ ସଶକ୍ତ ହୋଇଗଲା। ଯଦି ଜଣେ ଉଚ୍ଚବିଦ୍ୟାଳୟର ଶିକ୍ଷକ ସେହି ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପଢ଼ାଉଥିବା ବେଳେ ଟିଜିଟି ବେତନ ପାଉଥାଏ, ସେହି ଏକା ବିଷୟଗୁଡ଼ିକୁ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ପଢାଉଥିବା ଶିକ୍ଷକମାନଙ୍କୁ କାହିଁକି ମାଟ୍ରିକ୍ ସିଟି ହାରରେ ବେତନ ଦିଆଯାଉଛି।

ରାଜ୍ୟ ସରକାର ଶିକ୍ଷା ଅଧିକାର ଅଧିନିୟମ, ଏନ୍‌ସିଟିଇ ନିୟମାବଳୀ ଏବଂ ରାଜ୍ୟ ଶିକ୍ଷାନୀତି ଅନୁସାରେ ଉପଯୁକ୍ତ ପଦ ସୃଷ୍ଟି କରି ତୁରନ୍ତ ସେହି ପଦରେ ନିଯୁକ୍ତି ଦେବାକଥା। ମାତ୍ର ଅତ୍ୟନ୍ତ କାଳବିଳମ୍ବ ପରେ ମଧ୍ୟ ଏହାକୁ ନ କରିବା ଟିଜିଟି ଶିକ୍ଷକମାନଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି। ବର୍ତ୍ତମାନର ସରକାର ଏହି ବିଷୟଗୁଡ଼ିକୁ ଭଲ ଭାବରେ ପରୀକ୍ଷା ନିରୀକ୍ଷା କରି ଉପଯୁକ୍ତ ପଦରେ ବିଜ୍ଞାପନ ଆଧାରରେ ନିଯୁକ୍ତି ପାଇଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ଉଦ୍ଦିଷ୍ଟ ପଦବୀ ସୃଷ୍ଟିକରି ସେଥିରେ ସେମାନଙ୍କୁ ଅବସ୍ଥାପିତ କରିବା ଏବଂ ନ୍ୟାୟୋଚିତ ଦରମା ପ୍ରଦାନତ୍ତପାଇଁ ରାଜ୍ୟସଂଘ ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଛି ରାଜ୍ୟସଂଘର ସଭାପତି ଅଜୟ କୁମାର ଧଳ କହିଛନ୍ତି। ଆଜିର ବୈଠକରେ ଜନ୍ମେଜୟ ଶୁକ୍ଳା, ଜ୍ୟୋତିରଂଜନ ଦାସ, ନବୀନ କୁମାର ରଣା, ବିଶ୍ୱନାଥ ମହନ୍ତ, ତପନ କୁମାର ପଣ୍ଡା, ଗୋଲକ ନାୟକ, ରାଜ୍ୟସଂଘ ସାଧାରଣ ସମ୍ପାଦକ ଡ. ଦେବେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking