ନୂଆଦିଲ୍ଲୀ : ଜୀବନ୍ତ ଛାତ୍ରଙ୍କୁ ମୃତ ଦର୍ଶାଇ ତାଙ୍କ ଶେଷକୃତ୍ୟରେ ସାମିଲ ହେବାକୁ କହି ଛୁଟି ନେଇଥିବା ଜଣେ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ମଉଗଞ୍ଜ ଜିଲ୍ଲାରେ । ଶିକ୍ଷକଙକ୍ ନାଁ ହେଉଛି ହୀରାପଟେଲ । ସେ ଚିଗ୍ରିକା ସ୍ଥିତ ଏକ ପ୍ରାଥମିକ ସ୍କୁଲରେ ନିଯୁକ୍ତି ହୋଇଥିଲେ । ସେ ନଭେମ୍ବର ୨ରେ ଛୁଟି ନେଇଥିଲେ । ହୀରାଲାଲ ପଟେଲ ରେଜିଷ୍ଟର ଖାତାରେ ଲେଖିଥିଲେ ଯେ ତୃତୀୟ ଶ୍ରେଣୀର ଜଣେ ଛାତ୍ରର ମୃତ୍ୟୁ ହୋଇଯାଇଥିବାରୁ ସେ ତାଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ଯାଇଥିଲେ । ତେଣୁ ସ୍କୁଲରେ ଉପସ୍ଥିତ ରହିପାରିନଥିଲେ । ଏ ସଂପର୍କରେ କୌଣସି ସୂତ୍ରରୁ ଉକ୍ତ ଛାତ୍ରଙ୍କ ବାପା ଖବର ପାଇଥିଲେ । ଏନେି ଛାତ୍ରଙ୍କ ବାପା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି କହିଛନ୍ତି ତାଙ୍କ ପୁଅ ବଞ୍ଚିଛନ୍ତି , ସୁସ୍ଥ ମଧ୍ୟ ଅଛନ୍ତି ।