ଭୁବନେଶ୍ୱର: ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ତାଙ୍କ ମା ମାଙ୍କୁ ଅକ୍ରମଣ କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଜଣେ ଶିକ୍ଷକଙ୍କୁ ଗରଫ କରିକୋର୍ଟ ଚାଲାଣ କରିଛି । ଗିରଫ ଶିକ୍ଷକ ଜଣଙ୍କ ହେଲେ ଖୋର୍ଦ୍ଧାଜିଲା ବାଙ୍କୋଇ ବୋଲଗଡ଼ ଅଞ୍ଚଳର କାଳି ଚରଣ ବଡ଼ଜେନା । ସେ ରାଜଧାନୀରେ ଭରତପୁର ଅଞ୍ଚଳରେ ରହୁଥିଲେ । ସୂଚନାଯୋଗ୍ୟ ଯେ, କାଳି ଚରଣ ପେଷାରେ ଜଣେ ଶିକ୍ଷକ । ସେ ଦଶମ ଶ୍ରେଣୀର ଭୂଗୋଳ ଶିକ୍ଷକ ଅଟନ୍ତି । ସେ ଗତ ୧ ମାସ ହେବ ସେ ତାଙ୍କର ଜଣେ ନାବାଳିକା ଛାତ୍ରୀ ତାଙ୍କୁ ଅସଦାଚରଣ କରୁଥିଲେ । ଅଭିଯୁକ୍ତ ବିଭିନ୍ନ ସମୟରେ ଖରାପ ଉଦେଶ୍ୟ ରଖି ପୀଡ଼ିତାଙ୍କ ଶରୀରକୁ ସ୍ପର୍ଶ କରିବାକୁ ଚେଷ୍ଠା କରୁଥିଲେ । ଗତ ତା ୧୮.୦୭.୨୦୨୩ ରେ କାଳି ଚରଣ ପୀଡ଼ିତାଙ୍କୁ ପ୍ରେମ ନିବେଦନ କରିଥିଲେ ।
ଯାହାକୁ ପଡ଼ିତା ପ୍ରତ୍ୟାକ୍ଷାନ କରି ଦେଇଥିଲେ । ଏଥିରେ ଅଭିଯୁକ୍ତ ଜଣକ ଉତ୍ୟକ୍ତ ହୋଇ ପୀଡ଼ିତାଙ୍କର ଅଜାଣତରେ ତାଙ୍କର ଫଟୋ ଉଠାଇଥିଲେ । ପଡ଼ିତା ପରବର୍ତୀ ସମୟରେ ଏହା ଜାଣିପାରି ଅଭିଯୁକ୍ତଙ୍କୁ ଫଟୋ ଡିଲିଟ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଅଭିଯୁକ୍ତ ପିଡ଼ିତାଙ୍କୁ ଅନୁସରଣ କରିବା ସହ ସୁଯୋଗ ଦେଖି ବିଭିନ୍ନ ଉପାୟରେ ପଡ଼ିତାଙ୍କୁ ପ୍ରେମ ନିବେଦନ କରୁଥିଲେ । ତାଙ୍କ ସହ ପାର୍କ ଯିବାକୁ ବାଧ୍ୟ କରୁଥିଲେ । ପୀଡ଼ିତା ଏନେଇ ଅଭିଯୋଗକାରିଣୀଙ୍କୁ ଜଣାଇବା ପରେ ସେ ଅନ୍ୟ ପରିବାର ସଦସ୍ୟଙ୍କ ସହ ଏବାବଦରେ ଅଭିଯୁକ୍ତକୁ ପଚାରି ବୁଝିଥିଲେ । ଏଥିରେ ଅଭିଯୁକ୍ତ ଜଣକ ଉତ୍ୟକ୍ତ ହୋଇ ଅଭିଯୋଗକାରୀଙ୍କୁ ଆକ୍ରମଣ କରିଥିଲେ । ଅଭିଯୋଗକାରିଣୀ ଏନେଇ ଭରତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିଥିଲେ । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।