31.1 C
Bhubaneswar
Saturday, March 7, 2026
Homeଓଡିଶାସୀମା ଅଞ୍ଚଳରେ ୩୪ଟି ହାତୀପଲ

ସୀମା ଅଞ୍ଚଳରେ ୩୪ଟି ହାତୀପଲ

ମୟୁରଭଞ୍ଜ: ସୀମା ଅଞ୍ଚଳରେ ହାତୀପଲ ଦେଖି ଲୋକେ ଭୟଭୀତ । ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନାକିଚୁଆ ଜଙ୍ଗଲରେ ୩୪ଟି ଶିମିଳିପାଳ ହାତୀ ରହିଛନ୍ତି । ଦେଉଳୀ ରେଞ୍ଜ ତଥା ଶୁଳିଆପଦା ବ୍ଲକ ଅନ୍ତର୍ଗତ ବଣକାଟି ଓ ଘଣଘଣା ଠାରୁ ମାତ୍ର ୧୦ରୁ ୧୨  କିଲୋମିଟର ଦୂର ପଡ଼ୋଶୀ ପଶ୍ଚିମବଙ୍ଗର ତପୋବନ ଜଙ୍ଗଲରୁ ବାହାରି ଆସି ଥିବା ବଡ଼ ହାତୀ ପଲକୁ ଦେଖି ଶୁଳିଆପଦା ବ୍ଲକର ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ତେବେ ଏନେଇ ଦେଉଳୀ ରେଞ୍ଜର ଜଗଦୀଶ ଦାସ କହିଛନ୍ତି ଯେ ବନବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି ।ହାତୀ ପଲକୁ ଘୋଡାଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଅପରପକ୍ଷରେ ଏତେ ମାତ୍ରାରେ ହାତୀକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି । ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗିଥିବା ବେଳେ ଦୁଇ ଦିନ ତଳେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ମଧ୍ୟ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking