18.1 C
Bhubaneswar
Monday, February 9, 2026
Homeଖେଳଏଫ୍‌ଆଇଏଚ୍ ଅଧ୍ୟକ୍ଷ ଭାବେ ତୟବ ଇକ୍ରାମ୍ ପୁନଃନିର୍ବାଚିତ

ଏଫ୍‌ଆଇଏଚ୍ ଅଧ୍ୟକ୍ଷ ଭାବେ ତୟବ ଇକ୍ରାମ୍ ପୁନଃନିର୍ବାଚିତ

ନୂଆଦିଲ୍ଲୀ: ଓମାନ୍ ରାଜଧାନୀ ମସ୍କଟ୍‌ରେ ଶନିବାର ଅନୁଷ୍ଠିତ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌)ର ୩୯ତମ କଂଗ୍ରେସରେ ତୟବ୍ ଇମ୍‌ରାମ୍ ମହାସଂଘର ଅଧ୍ୟକ୍ଷ ଭାବେ ଆଉ ଏକ କାର୍ଯ୍ୟକାଳ ପାଇଁ ନିର୍ବାଚିତ ହୋଇଛନ୍ତି। ମନୋନୟନ ପତ୍ର ଯାଞ୍ଚ୍ ପରେ ଏହି ପଦ ପାଇଁ ଇମ୍‌ରାମ୍ ଏକମାତ୍ର ପ୍ରାର୍ଥୀ ଥିଲେ। ପୂରା ଚାରିବର୍ଷ ପାଇଁ ଅଧ୍ୟକ୍ଷ ନିର୍ବାଚିତ ହେବାପରେ ତୟବ ଇକ୍ରାମ୍ ତାଙ୍କ ଉପରେ ଭରସା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପାକିସ୍ତାନ ଜନ୍ମିତ ମକାଉ ନିବାସୀ ଇକ୍‌ରାମ୍ ୨୦୨୨ରେ କାର୍ଯ୍ୟକାଳ ଅଧାରେ ନରିନ୍ଦର ବତ୍ରା ଇସ୍ତଫା ଦେବାପରେ ଦୁଇବର୍ଷ ଅବଧି ପାଇଁ ଏହି ପଦରେ ନିଯୁକ୍ତ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking