ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଟ୍ୟାକ୍ସି ଡ୍ରାଇଭରଙ୍କୁ ବୀଭତ୍ସ ହତ୍ୟା । ଚନ୍ଦକା- ବାରଙ୍ଗ ରାସ୍ତାର ଏକ ହୋଟେଲ ନିକଟ ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି । ଗତ ୧୫ ତାରିଖରୁ ନିଖୋଜ ଥିଲେ ଟ୍ୟାକ୍ସି ଡ୍ରାଇଭର । ଏନେଇ ବଡଗଡ ଥାନାରେ ଅଭିଯୋଗ କରିଥିଲେ ପରିବାର । ଆହୁରି କହିଥିଲେ, ତାଙ୍କୁ ଅଜଣା ବ୍ୟକ୍ତି ଜଣେ ୨ କୋଟି ଟଙ୍କା ଫୋନ କରି ମାଗିଥିଲେ । ତେବେ ଟ୍ୟାକ୍ସି ଡ୍ରାଇଭରକୁ କିଏ ଓ କାହିଁକି ହତ୍ୟା କଲା ତାହାର କାରଣ ଅସ୍ପଷ୍ଟ ରହିଛି । ସ୍ଥାନୀୟ ଲୋକଙ୍କ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।










