27.1 C
Bhubaneswar
Sunday, May 4, 2025
Homeଓଡିଶାରାଜ୍ୟକୁ ପୁଣି ଫେରିଲା ତାତି   

ରାଜ୍ୟକୁ ପୁଣି ଫେରିଲା ତାତି   

ଭୁବନେଶ୍ୱର: କିଛି ଦିନର ବିରତି ପରେ ରାଜ୍ୟକୁ ପୁଣି ଫେରିଲା ତାତି । ଗତକାଲି  ୧୧ଟି ସହରର ପାରଦ ୪୦ ଡିଗ୍ରୀ  ଟପିଥିଲା । ୪୩.୫ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର   ସବୁଠୁ ଉତପ୍ତ ସହର ପାଲଟିଥିଲା । ବଲାଙ୍ଗୀରର ତାପମାତ୍ରା ଥିଲା ୪୨.୪ ଡିଗ୍ରୀ । ଉଭୟ ଭୁବନେଶ୍ବର ଓ କଟକର ତାପମାତ୍ରା ୩୭ ଡିଗ୍ରୀ ଟପିଥିଲା ।  ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୪ ଦିନ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିବ । ଏପରିକି ଦିନର ସର୍ବୋଚ୍ଚ ତାପମାତ୍ରାରେ ମଧ୍ୟ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେହିପରି ଆଜି କିଛି ସ୍ଥାନରେ କାଳବୈଶାଖୀର ପ୍ରଭାବ ମଧ୍ୟ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking