33.1 C
Bhubaneswar
Monday, February 23, 2026
Homeଓଡିଶାଟାଟାଷ୍ଟିଲ୍ କାରଖାନାର ଆଉଟବାଉଣ୍ଡ ଲଜିଷ୍ଟିକ୍ସ୍ ବିଭାଗର ମହିଳା କର୍ମଚାରୀ ନିୟୋଜିତ

ଟାଟାଷ୍ଟିଲ୍ କାରଖାନାର ଆଉଟବାଉଣ୍ଡ ଲଜିଷ୍ଟିକ୍ସ୍ ବିଭାଗର ମହିଳା କର୍ମଚାରୀ ନିୟୋଜିତ

ଯାଜପୁର:  ଚଳିତି ବର୍ଷ, ଟାଟା ଷ୍ଟିଲ୍ ନିଜର ପ୍ରମୁଖ ଡିଇଆଇ (ବିବିଧତା, ସମାନତା ଏବଂ ସାମଗ୍ରିକତା) କାର୍ଯ୍ୟକ୍ରମ ଏମଓଏସଏଆଇସି ର ୧୦ମ ବାର୍ଷିକୀ ପାଳନ କରୁଛିକଳିଙ୍ଗନଗର, ସେପ୍ଟେମ୍ବର ୪,୨୦୨୫: ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲାଣ୍ଟର କାରଖାନାରୁ ବାହାରକୁ ସାମଗ୍ରୀ ପରିଚାଳନା ବିଭାଗ (ଆଉଟବାଉଣ୍ଡ ଲଜିଷ୍ଟିକ୍ସ) ବିଭାଗରେ ମହିଳା କର୍ମଚାରୀଙ୍କୁ ସଫଳତାର ସହ ସମସ୍ତ ସିଫ୍ଟରେ ନିୟୋଜନ କରାଯାଇଛି । ପାରମ୍ପରିକ ଭାବେ ପୁରୁଷପ୍ରଧାନ ଏହି ଶିଳ୍ପ କ୍ଷେତ୍ରରେ ଲିଙ୍ଗଗତ ସମାନତା ଆଣିବା ଦିଗରେ କମ୍ପାନୀର ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।

ଜାନୁଆରୀ ୨୦୨୫ରେ, ଟାଟା ଷ୍ଟିଲ୍ କଳିଙ୍ଗନଗର ୨୦୨୩ ବ୍ୟାଚ୍ ରୁ ୩୯ଜଣ ଟ୍ରେଡ୍ ଅପ୍ରେଣ୍ଟିସ୍‌ଙ୍କୁ ସ୍ୱାଗତ କରିଥିଲା, ସେମାନଙ୍କମଧ୍ୟରେ ୨୬ ଜଣ ମହିଳା ଥିଲେ। ଏଥିରୁ ୧୮ ଜଣଙ୍କୁ ଆଉଟବାଉଣ୍ଡ ଲଜିଷ୍ଟିକ୍ସ୍ ବିଭାଗରେ ନିଯୁକ୍ତି ଦିଆଯାଇଥିଲା ଏବଂ ସେମାନଙ୍କୁ ସୁରକ୍ଷା, ଗୁଣବତ୍ତା, ପ୍ଳାଣ୍ଟରୁ ସାମଗ୍ରୀ ପ୍ରେରଣ ପ୍ରକ୍ରିୟା, ସାମଗ୍ରୀ ଦେଣନେଣ ପରିଚାଳନା ଏବଂ ଡିଜିଟାଲ୍ ଟୁଲ୍ ଆଦିରେ କଠିନ ପ୍ରଶିକ୍ଷଣ ଦିଆଯାଇଥିଲା। ସେମାନଙ୍କ ନିଯୁକ୍ତି ପ୍ରକ୍ରିୟାରେ ଉଭୟ କ୍ଲାସରୁମ୍ ଶିକ୍ଷା ଏବଂ କାର୍ଯ୍ୟ ସ୍ଥଳୀରେ ପ୍ରଶିକ୍ଷଣ ଉଭୟ ଅନ୍ତର୍ଭୁକ୍ତ ଥିଲା, ଯାହା ସେମାନଙ୍କୁ କାର୍ଯ୍ୟକ୍ଷେତ୍ର ଏବଂ ସିଷ୍ଟମ୍‌-ଆଧାରିତ ଭୂମିକା ପାଇଁ ପ୍ରସ୍ତୁତ କରିଥିଲା।

ଟାଟା ଷ୍ଟିଲ୍ କଳିଙ୍ଗନଗରର ଜେନେରାଲ୍ ମ୍ୟାନେଜର୍ (ଅପରେସନ୍ସ) କରମବୀର ସିଂହ କହିଛନ୍ତି, ଯେ “ଖଣି, ଲଜିଷ୍ଟିକ୍ସ୍ ଏବଂ ସମସ୍ତ ଶିଫ୍ଟରେ ମହିଳାମାନଙ୍କର ବ୍ୟାପକ ନିୟୋଜନ ବିଶେଷକରି ମାନୁଫାକ୍ଚରିଂ କ୍ଷେତ୍ରରେ, କାର୍ଯ୍ୟସ୍ଥଳର ସମାବେଶକୁ ସୁଦୃଢ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ବିଶେଷକରି ପ୍ରୌଦ୍ୟୋଗିକ ଉନ୍ନତି କ୍ଷେତ୍ରରେ, ଯେଉଁଥରେ ପୂର୍ବରୁ ପୁରୁଷଙ୍କ ପ୍ରାଧାନ୍ୟ ରହି ଥିଲା, ସେଠାରେ ମହିଳାମାନଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିଛି। ଏହି ନୂତନ ପ୍ରୟାସରେ ମହିଳାଙ୍କ ସକ୍ରିୟ ଭାଗୀଦାରି ଦେଖିବାକୁ ମିଳୁଛି। “ଏହି ସଫଳତା ଆମକୁ ପ୍ରୋତ୍ସାହିତ କରୁଛି ଏବଂ ସମାନ କାର୍ଯ୍ୟଭୂମିକାରେ ଅଧିକ ସଂଖ୍ୟକ ମହିଳାଙ୍କୁ ନିୟୋଜନ କରିବା ପାଇଁ ଆମେ ଅଗାମୀ ଦିନରେ ମଧ୍ୟ ପ୍ରୟାସ ଜାରି ରଖିବୁ।

ସେପ୍ଟେମ୍ବର ୨୦୧୯ରେ, ଟାଟା ଷ୍ଟିଲ୍ ଭାରତର ପ୍ରଥମ କମ୍ପାନୀ ଭାବରେ ଝାଡ଼ଖଣ୍ଡର ନୋଆମୁଣ୍ଡି ଖଣିରେ ସମସ୍ତ ଶିଫ୍ଟରେ ମହିଳା ମାଇନିଂ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଇଥିଲା। ଆର୍ôଥକବର୍ଷ ୨୦୨୪-୨୫ରେ, ଟାଟା ଷ୍ଟିଲ୍ ଅନେକ ଅଗ୍ରଗାମୀ ପଦକ୍ଷେପ ମାଧ୍ୟମରେ ସମାନ କାର୍ଯ୍ୟସ୍ଥଳ ଗଠନରେ ନିଜ ପ୍ରତିବଦ୍ଧତାକୁ ଦର୍ଶାଇଛି। ସେଥିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେଲା ନୋଆମୁଣ୍ଡି ଲୋହ ଖଣିରେ ଭାରତର ପ୍ରଥମ ସମ୍ପୂର୍ଣ୍ଣ ମହିଳା ଶିଫ୍ଟ ଆରମ୍ଭ, ଯାହା ‘ୱୋମେନ ଆଟ ମାଇନ’ ଓ ‘ତେଜସ୍ୱିନୀ’ କାର୍ଯ୍ୟକ୍ରମର ସଫଳତା ଉପରେ ଆଧାରିତ। ସେହିପରୀ, ‘ଫ୍ଲେମ ଅଫ ଚେଞ୍ଜ’ ପଦକ୍ଷେପ ଅଧୀନରେ, ଟାଟା ଷ୍ଟିଲ୍ ମହିଳା ଅଗ୍ନିଶମବାହିନୀ ଟ୍ରେନିଙ୍କୁ ନିଯୁକ୍ତି ଦେଇଥିଲା, ଯାହା ଭାରତର ଷ୍ଟିଲ୍ କ୍ଷେତ୍ରରେ ଏକ ସର୍ବ-ମହିଳା ଅଗ୍ନିଶମ ଦଳ ଗଠନକାରୀ ପ୍ରଥମ କମ୍ପାନୀ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking