17.1 C
Bhubaneswar
Saturday, December 20, 2025
Homeଓଡିଶାଟାଟା ଷ୍ଟିଲ୍ କଳିଙ୍ଗନଗର: ଦେଶର ଅଟୋମୋଟିଭ୍ ବଜାରରେ ଅଭିନବ ସମାଧାନ

ଟାଟା ଷ୍ଟିଲ୍ କଳିଙ୍ଗନଗର: ଦେଶର ଅଟୋମୋଟିଭ୍ ବଜାରରେ ଅଭିନବ ସମାଧାନ

ଯାଜପୁର: ଟାଟା ଷ୍ଟିଲ କଳିଙ୍ଗନଗରର ଅତ୍ୟାଧୁନିକ କଣ୍ଟିନିୟସ ଆନିଲିଂ ଲାଇନ (ସିଏଏଲ)ର କୋଲ୍ଡ ରୋଲିଂ ମିଲ (ସିଆରଏମ) କମ୍ପେ୍ଲକ୍ସରେ ଥିବା ଅତ୍ୟାଧୁନିକ କଏଲର ପ୍ରଥମ ବ୍ୟାଚ୍ ଉତ୍ପାଦ ଗୁରୁବାର କାରଖାନା ପରିସରରେ ଥିବା କମନ୍ ପ୍ରଡକ୍ଟ ଡେସ୍ପାଚ୍ ୟାର୍ଡରୁ ପଠାଯାଇଛି।ଟିଏସକେର ଉପାଧ୍ୟକ୍ଷ (ଅପରେସନ୍ସ) ରାଜୀବ କୁମାର ଟିଏସକେ ଜେନେରାଲ ମ୍ୟାନେଜର (ଅପରେସନ୍ସ) କରମବୀର ସିଂ, ଟିଏସକେ ଏବଂ ଏନଆଇଏନଏଲର ଜେନେରାଲ ମ୍ୟାନେଜର (ପ୍ରକଳ୍ପ ଓ ନିର୍ମାଣ) ହରବିନ୍ଦର ସିଂ ଦୀପକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ କମ୍ପାନୀର ଉନ୍ନତ ଉତ୍ପାଦନ କ୍ଷମତାରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ପ୍ଳାଣ୍ଟର କ୍ଷମତା ବାର୍ଷିକ ୩ ନିୟୁତ ଟନ ରୁ ୮ ନିୟୁତ ଟନକୁ ବୃଦ୍ଧି ପାଉଥିବା ବେଳେ କମ୍ପାନୀର ଏହି ପଦକ୍ଷେପ ଟାଟା ଷ୍ଟିଲକୁ ବିକଶିତ ଅଟୋମୋଟିଭ ବଜାରରେ ଅଭିନବ ସମାଧାନ ପ୍ରଦାନ କରିବାରେ ସକ୍ଷମ କରିବ।ଭବିଷ୍ୟତ ପାଇଁ ପ୍ରସ୍ତୁତ ଉନ୍ନତ ଜ୍ଞାନକୌଶଳରେ ସଜ୍ଜିତ ଏହି ନୂତନ ସିଏଏଲ୍ ବିଶ୍ୱର ଶ୍ରେଷ୍ଠ ତିନି-ବେଞ୍ଚମାର୍କ ଅଟୋମୋଟିଭ୍ ଲାଇନ୍ ମଧ୍ୟରେ ସ୍ଥାନ ପାଇଛି । ଏହା ଆଡଭାନ୍ସ ହାଇ ଷ୍ଟ୍ରେନଥ ଷ୍ଟିଲ (ଏଏଚଏସଏସ) ସମେତ ଅନେକ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଅଟୋମୋଟିଭ୍ ଇସ୍ପାତ ଉତ୍ପାଦନ କରିବ, ଯେଉଁଥିରେ ଅତୁଳନୀୟ ଦୀର୍ଘସ୍ଥାୟିତା ଏବଂ ବିଶ୍ୱସନୀୟତା ରହିଛି। ଏହା ଦ୍ୱାରା ଭାରତୀୟ ଅଟୋମୋବାଇଲ ବଜାରରେ ଟାଟା ଷ୍ଟିଲର ସ୍ଥିତିକୁ ଅଗ୍ରଣୀ କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking