22.1 C
Bhubaneswar
Wednesday, December 17, 2025
Homeଓଡିଶାଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା

ଯାଜପୁର: ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଦାନଗଦୀ ବ୍ଲକ ରଣଗୁଣ୍ଡି ପଞ୍ଚାୟତ ଘାଟିସାହିବାସିନ୍ଦାଙ୍କ ପାଇଁ ଏକ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପଣ କରାଯାଇଛି। ଘାଟିସାହିରେ ବସବାସ କରୁଥିବା ଅନୁସୂଚିତ ଜାତି/ଜନଜାତି ସମୁଦାୟର ପ୍ରାୟ ୮୦ଟି ପରିବାରର ପ୍ରାରମ୍ଭିକ ଶିଶୁ ପୁଷ୍ଟିସାଧନ ଏବଂ ଗର୍ଭବତୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଲକ୍ଷ୍ୟରେ ଏହି କେନ୍ଦ୍ରର ସ୍ଥାପିତ ହୋଇଛି।

ଅଙ୍ଗନବାଡ଼ି କେନ୍ଦ୍ରର ଉଦ୍‌ଘାଟନୀ ଉତ୍ସବରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌)ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ସୁଧୀର ମେହେଟ୍ଟା, ରଣଗୁଣ୍ଡି ପଞ୍ଚାୟତ ସରପଞ୍ଚ ତୁଷାର ଜେନା, ଦାନଗଦୀ ବ୍ଲକ ସିଡିପିଓ (ଚାଇଲ୍ଡ ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଫିସର) ନନ୍ଦିନୀ ପ୍ରଭା ଲେଙ୍କା ଓ କଳିଙ୍ଗନଗର, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ଇମ୍ପାକ୍ଟ କ୍ଲଷ୍ଟର ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀଙ୍କ ସମେତ ଆଖପାଖ ଗ୍ରାମର ଅଙ୍ଗନବାଡ଼ି କର୍ମୀ, ଶିଶୁ ଓ ଗୋଷ୍ଠୀ ସଦସ୍ୟମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଏନ୍‌ଆଇଏନ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ସୁଧୀର ମେହେଟ୍ଟା କହିଥିଲେ ଯେ, “ଏନ୍‌ଆଇଏନ୍‌ଏଲ୍ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏହି ଅଞ୍ଚଳରେ ଗରିବ ମହିଳା ଓ ଶିଶୁମାନଙ୍କ ସହ କାମ କରିବାକୁ ଗୁରୁତ୍ୱ ଦେଉଛି। ସେ ଦିଗରେ ଅନେକ ପଦକ୍ଷେପ ନିଆ ଯାଉଥିବା ବେଳେ ଏହି ନୂତନ ଅଙ୍ଗନବାଡି କେନ୍ଦ୍ର ସେଥି ମଧ୍ୟରୁ ଅନ୍ୟତମ । ଏହି କେନ୍ଦ୍ର ସ୍ଥାନୀୟ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରିବ ଓ ଭବିଷ୍ୟତ ପିଢ଼ିର ଶିକ୍ଷା ବିକାଶ ପାଇଁ ସହାୟକ ହେବ।’’

ନିୟମିତ କାଉନସେଲିଂ ଯୋଗେ ଶୈଶବ ଅବସ୍ଥା ଏବଂ ମାତୃ ସ୍ୱାସ୍ଥ୍ୟରେ ପୋଷଣର ଗୁରୁତ୍ୱ ସୃଷ୍ଟି କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଏହି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଇଛି। ପୂର୍ବରୁ ଦୂରରେ ଥିବା ସ୍ଥାନୀୟ କ୍ଲବ୍ ହାଉସକୁ ଅଙ୍ଗନବାଡ଼ି କେନ୍ଦ୍ର ଭାବେ ବ୍ୟବହାର କରାଯାଉଥିବାରୁ ଏଥିରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଂଶଗ୍ରହଣ ହ୍ରାସ ପାଉଥିଲା। ଏବେ ଏହି ନୂତନ କେନ୍ଦ୍ରରେ ସ୍ଥାନୀୟ ଲୋକଙ୍କ ପାଇଁ ଆବଶ୍ୟକ ସୁବିଧା ଉପଲବ୍ଧ ହେବ।

ଟାଟା ଷ୍ଟିଲ ଫାଉଣ୍ଡେସନର ପୋଷଣ ଟିମ୍ ଅଙ୍ଗନୱାଡି କର୍ମୀଙ୍କ ସହ ମିଶି ସକାରାତ୍ମକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବ୍ୟବହାର ଦିଗରେ କାର‌୍ୟ୍ୟ କରୁଛନ୍ତି ଏବଂ କିଚେନ୍ ଗାର୍ଡେନ୍ ପରି ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀକୁ ସକ୍ରିୟ କରିବା ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ସଚେତନତା ସୃଷ୍ଟି କରୁଛନ୍ତି। ଏହି ନୂତନ ଅଙ୍ଗନବାଡି କେନ୍ଦ୍ର ହେଉଛି ଏହି ସହଯୋଗୀ ପ୍ରୟାସର ସମ୍ପ୍ରସାରଣ।

୦-୬ ବର୍ଷ ବୟସର ଶିଶୁଙ୍କ ସ୍ୱାସ୍ଥ୍ୟ ଓ ପୋଷଣରେ ଉନ୍ନତି ଆଣିବା ପାଇଁ ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ୍‌) ଯୋଜନା ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣ କରାଯାଉଛି। ମା’ମାନଙ୍କୁ ପିଲାଙ୍କ ସ୍ୱାସ୍ଥ୍ୟ ଓ ସେମାନଙ୍କ ଶରୀରରେ ପୁଷ୍ଟିସାରର ଆବଶ୍ୟକତାକୁ ପୂରଣ କରିବା ସମ୍ପର୍କିତ ସୂଚନା ଦେବା ସହ ଶାରୀରିକ, ମାନସିକ ଏବଂ ସାମାଜିକ ବିକାଶର ଦିଗରେ ସଚେତନ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking