21.1 C
Bhubaneswar
Thursday, December 18, 2025
Homeଓଡିଶାଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ବହୁ ଆଦିବାସୀ-ଭାଷା ପାଠାଗାର ଲୋକାର୍ପିତ

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ବହୁ ଆଦିବାସୀ-ଭାଷା ପାଠାଗାର ଲୋକାର୍ପିତ

ଯାଜପୁର:ମଙ୍ଗଳବାର ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଲେମ୍ବୋ ପଞ୍ଚାୟତ ଗିରିଧରଡ଼ିହି ଠାରେ ବିଶିଷ୍ଠ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବାବା ତିଲକା ମାଝୀ ଜୟନ୍ତୀ ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ପକ୍ଷରୁ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ମିଳିତ ଆନୁକୂଲ୍ୟରେ ଏକ ଦିନିକିଆ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଆଦିବାସୀ ଲୋକଙ୍କ ପାଇଁ ଏକ ବହୁ ଆଦିବାସୀ-ଭାଷା ପାଠାଗାର ଉଦଘାଟିତ ହୋଇଛି। ଟିଏସଏଫ ଏହାର ସହଯୋଗୀ ସଂସ୍ଥା ଆଦିବାସୀ ସୋସିଓ ଏଜୁକେସନ ଏଣ୍ଡ କାଲଚରାଲ ଆସୋସିଏସନ ସହ ମିଶି ଏହି ପାଠାଗାର ଉଦଘାଟନ କରଛି। ଏହି ପାଠାଗାରରେ ବର୍ତ୍ତମାନ ହୋ, ମୁଣ୍ଡା, ଓରାଓଁ ଏବଂ ସାନ୍ଥାଳୀ ଭାଷାର ପୁସ୍ତକ ଅଛି। ଏହା ଆଦିବାସୀମାନଙ୍କୁ ସେମାନଙ୍କ ଭାଷାକୁ ଉଦଜୀବିତ ରଖିବା ସହିତ ସେମାନନଙ୍କୁ ନିଜର ପରିଚୟ ଓ ଗୌରବ ବଜାୟ ରଖିବାରେ ସହାୟକ ହେବ। ଏହି କାର୍ଯ୍ୟକ୍ରମରେ ଏନଟିପିସିର ଜେନେରାଲ ମ୍ୟାନେଜର ସୁଦର୍ଶନ ହେମ୍ବ୍ରମ, ଅବସରପ୍ରାପ୍ତ ଆଇଆରଏସ ଉଦୟନାଥ ମାଝୀ, ଆରଆଇ ହୃଷିକେଶ ମୁର୍ମୁ, ଲେମ୍ବୋ ପଞ୍ଚାୟତର ସରପଞ୍ଚ କଳ୍ପନା ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ବହୁ ଆଦିବାସୀ ନେତା ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ସ୍ମୃତି ସମାରୋହରେ ଆଖପାଖ ଗ୍ରାମର ପ୍ରାୟ ୭୦୦ ଆଦିବାସୀ ଭାଷା ଶିକ୍ଷକ, ଛାତ୍ରଛାତ୍ରୀ, ଯୁବକ ଓ ସ୍ଥାନୀୟ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ। କେତେକ ଛାତ୍ରଛାତ୍ରୀ କ୍ଷୁଦ୍ର ବ୍ୟଙ୍ଗ ନାଟକ ପରିବେଷଣ କରି ଶିକ୍ଷାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିଜ ନିଜ ଗ୍ରାମରେ କଲ୍ୟାଣ ଓ ବିକାଶ କାର୍ଯ୍ୟରେ ନିରନ୍ତର ସମନ୍ୱୟ ରକ୍ଷା କରି ଆସୁଥିବା ସାନ୍ତାଳୀ ଲୋକଙ୍କ କିଛି ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ବାବା ତିଲକା ମାଝୀ ଜଣେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଯିଏ କି ୧୭୮୪ ମସିହାରେ ଇଂରେଜମାନଙ୍କ ବିରୋଧରେ ପ୍ରଥମ ସଶସ୍ତ୍ର ବିଦ୍ରୋହର ନେତୃତ୍ୱ ନେଇଥିଲେ, ଯାହା ସାନ୍ତାଳୀ ସମ୍ପ୍ରଦାୟର ଗୌରବମୟ ଐତିହକୁ ଦର୍ଶାଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking