16.1 C
Bhubaneswar
Saturday, December 6, 2025
Homeଓଡିଶାଟାଟା ପାୱାରର ବିପଦ ସଙ୍କୁଳ ବିଦ୍ୟୁତ୍ ସେବା

ଟାଟା ପାୱାରର ବିପଦ ସଙ୍କୁଳ ବିଦ୍ୟୁତ୍ ସେବା

ଜଗତସିଂହପୁର: ଟାଟା ପାୱାର କଂମ୍ପାନୀର ମନମାନି ଯୋଗୁ ଜନ ସାଧାରଣ ସଠିକ୍ ବିଦ୍ୟୁତ୍ ସେବା ପାଇ ପାରୁ ନଥିବା ବହୁ ବାର ଗଣମାଧ୍ୟମରେ ଅଭିଯୋଗ ହୋଇଥିବା ଦେଖାଯାଇଛି। ବିଶେଷ କରି ଯେଉଁ ପ୍ରକାର ଜୁଲମ କରି ହିତାଧିକାରୀ ମାନଙ୍କଠାରୁ ବିଦ୍ୟୁତ୍ ବିଲ କଲେକସନ କରୁଛନ୍ତି, ସେହି ଅନୁପାତରେ ସେବା ଯୋଗାଇ ପାରୁ ନଥିବା ଦେଖା ଯାଇଛି। ଏପରି ଏ ଅଭିଯୋଗ ଆସିଛି, ବାଲିକୁଦା ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତର ଗରାମ ଗ୍ରାମର ୩ନଂ ୱାର୍ଡରେ। ଦୀର୍ଘ ୪ଦିନ ହେଲା ସାମାନ୍ୟ ପବନ ବର୍ଷାରେ ସାରଙ୍ଗ ସେଠୀଙ୍କ ଘର ସମ୍ମୁଖରେ ବିଦ୍ୟୁତ୍ ଏଲ୍‌.ଟି ଖୁଣ୍ଟ ଭାଙ୍ଗି ପଡିବା ନେଇ ବହୁ ଅଭିଯୋଗ ପରେ ବି ସମାଧାନ ହେଉ ନଥିବା ୩ନଂ ସାରଙ୍ଗ ସେଠୀ ସମେତ, ବଂଶୀଧର ସେଠୀ, ବଗୁଲା ସେଠୀ, ନାରାୟଣ ସେଠୀ, ବାବାଜୀ ସେଠୀ ପ୍ରମୁଖ ଅଭିଯୋଗ କରିଛନ୍ତି। ବିପଦ ସଙ୍କୁଳ ଅବସ୍ଥାରେ ଖୁବ୍ କମ୍ ଉଚ୍ଚତାରେ ଏକ ବାଉଁଶ ଜରିଆରେ ଏଲ.ଟି ଲାଇନ ଯୋଗାଣ ଯାରୀ ରହିବା ସହିତ ଭଙ୍ଗା ଖୁଣ୍ଟଟି ସେମିତି ରାସ୍ତା ଉପରେ ପଡି ରହିଥିବା ଦେଖା ଯାଇଛି।

ପ୍ରକାଶ, ଗରାମ ଚନରପୁର ରୁ ସଦେଇପୁର ରାସ୍ତାର ୩ନଂ ୱାର୍ଡ ସ୍ଥିତ ସାରଙ୍ଗ ସେଠୀଙ୍କ ଘର ସମ୍ମୁଖରେ ଏକ ସେମେଣ୍ଟର ଏଲ୍‌.ଟି ଖୁଣ୍ଟ ଦୀର୍ଘ ଦୀନ ହେଲା ରାସ୍ତାକୁ ଢଳିକି ରହିଥିଲା। ନିକଟରେ ଉକ୍ତ ଗ୍ରାମ ରାସ୍ତା ନୁଆ ସିସି ରୋଡ୍ ନିର୍ମାଣ ହେବା ପୂର୍ବରୁ ବିଦ୍ୟୁତ୍ ଖୁଣ୍ଟକୁ ସଠିକ୍ ସ୍ଥାନରେ ଓ ସଠିକ୍ ଭାବେ ବସାଇବା ପାଇଁ ଗ୍ରାମର ମହିଳାଙ୍କ ଠାରୁ ଆରମ୍ଭ କରି ବହୁ ଦଳିତ ଜନ ସାଧାରଣ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତି କରି ବିଭାଗ ବର୍ତମାନ ତାଙ୍କ ପାଖରେ ମ୍ୟାନ ପାୱାର ନାହିଁ ବୋଲି କହିବା ସହିତ, ନଇଥିବା ଖୁଣ୍ଟ କୌଣସି ଅସୁବିଧା ନାହିଁ କହି ଚାଲି ଯାଇଥିଲେ। ତେବେ ଏହାର କିଛି ଦିନ ପରେ ଅର୍ଥାତ୍ ଗତ ୪ଦିନ ତଳେ ସାମାନ୍ୟ ପବନ ଓ ବର୍ଷରେ ଖୁଣ୍ଟଟି ସମ୍ପୂର୍ଣ୍ଣ ଉପୁଡି ଯାଇ ରାସ୍ତାରେ ପଡିଲା। ଅଭିଯୋଗ ପରେ ବିଦ୍ୟୁତ୍ ବିଭାଗ ଲାଇନ ମ୍ୟାନ ଆସି, ଏକ ବାଉଁଶରେ କମ ଉଚ୍ଚତାରେ ବିଦ୍ୟୁତ୍ ସେବା ଯୋଗାଇବା ସହିତ ଖୁଣ୍ଟକୁ ସେହିଠାରେ ପକାଇ ଦେଇ ଚାଲିଗଲେ। ଯାହା ଫଳରେ ଆଜି ପର୍ଯ୍ୟନ୍ତ ସାରଙ୍ଗଙ୍କ ଘର ସମ୍ମୁଖ ରାସ୍ତାରେ ସେମିତି ପଡି ରହିବା ନେଇ ଉକ୍ତ ରାସ୍ତା ଦେଇ ଟ୍ରାକ୍ଟର କି ୪ଚିକିଆ ଯାନ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏଥି ସହିତ ଅନ୍ଧାର ରାତ୍ରରେ ଗ୍ରାମବାସୀମାନେ ଯାତାୟତ ପାଇଁ ନାହିଁ ନଥିବା ଅଶୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking