30.1 C
Bhubaneswar
Thursday, February 5, 2026
Homeଓଡିଶାଟାଟାପାୱାରର ଠିକାଶ୍ରମିକଙ୍କ ବିଭିନ୍ନ ଦାବିକୁ ନେଇ ହେଲା ମହାମେଳି

ଟାଟାପାୱାରର ଠିକାଶ୍ରମିକଙ୍କ ବିଭିନ୍ନ ଦାବିକୁ ନେଇ ହେଲା ମହାମେଳି

ଯାଜପୁର: ଆଜି ଜାରକାସ୍ଥିତ ଗୋକନେଶ୍ୱର ମନ୍ଦିର ଠାରେ ଟାଟାପାୱାର ର କାର୍ଯ୍ୟରତ ଠିକାଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଏକ ସାଧାରଣ ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି l ଶ୍ରୀ ରଞ୍ଜନ କୁମାର ଓଝା ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ନେସ୍କୋଠିକା ଶ୍ରମିକ ସଂଘ ସଭାପତି ବିଦ୍ୟାଧର ମହାନ୍ତି ଯୋଗ ଦେଇ କହିଲେ କି ରାଜ୍ୟ ସରକାର ବିଦ୍ୟୁତ ବିଭାଗ ବଣ୍ଟନ ବ୍ୟବସ୍ଥା କୁ ଟାଟାପାୱାର କୁ ପରିଚାଳନା ଗତ ଅନଶଧନ ଦେବା ପରେ ଜୀବନକୁ ବାଜିଲଗାଇ ଶ୍ରମିକ ମାନେ ନିଷ୍ଟାର ସହିତ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସେମାନଙ୍କୁ ଡ୍ରେସକୋଡେ, ନିୟମିତ ପି, ଏଫ, ଇ, ଏସ, ଆଇ, ସମେତ ସମାନ କାମକୁ ସମାନ ଦରମା ପ୍ରଦାନ ରେ ତାଳଟୁଳ ନୀତି କୁ ନିନ୍ଦା କରିଥିଲେ, ତତେ ସହିତ ପ୍ରତେକ ୫ ବର୍ଷରେ ଯୋଗ୍ୟତା ଅନୁସାରେ ଶ୍ରମିକ ମାନଙ୍କୁ ନିୟମିତ କରିବା ସହିତ ସର୍ବନିମ୍ନ ୨୬ ହଜାର ଟଙ୍କା ମାସିକ ଦରମା ଦାବି କରଥିଲେ। ଏହି ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ନବଘନ ବାରିକ, ସନମାନିତ ଅତିଥି ଭାବେ ବିଶିଷ୍ଟ ସମାଜ ସେଵୀ ମାନସ କୁମାର ଜେନା ଓଶ୍ରମିକ ନେତା ବିଜୟ କୁମାର ବୋଇତାଇ ଚନ୍ଦନ କୁମାର ସାହୁ ଜ୍ୟୋତି ପ୍ରକାଶ ପରିଡା ପ୍ରମୁଖ କହିଲେ ବିଦ୍ୟୁତ କର୍ମଚାରୀମାନେ ବିପଦ ସଂକୁଳ କାର୍ଯ୍ୟ ନିୟୋଜିତ ଥିବାରୁ ସାମାଜିକ ସୁରେକ୍ଷା ସହିତ ସମସ୍ତ କୁ କୁଶଳୀ ଓ ସର୍ବକୁଶଳୀ ଦରମା ଲାଗୁ କରିବାକୁ ପ୍ରସ୍ତାବ ରଖିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking