27.1 C
Bhubaneswar
Wednesday, October 23, 2024
Homeଦେଶ ବିଦେଶତସଲିମା ନାସରିନଙ୍କୁ ଭାରତରେ ରହିବାକୁ ମିଳିଲା ଅନୁମତି

ତସଲିମା ନାସରିନଙ୍କୁ ଭାରତରେ ରହିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷା ପରେ ନିର୍ବାସିତ ବାଂଲାଦେଶୀ ଲେଖିକା ତସଲିମା ନାସରିନଙ୍କୁ ଭାରତରେ ରହିବା ପାଇଁ ରେସିଡେନ୍ସ ପରମିଟ୍ ମିଳିଛି । ଏଥିପାଇଁ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଦେଇଛନ୍ତି । ଗୋଟିଏ ଦିନ ପୂର୍ବରୁ ହିଁ ସେ ସୋସିଆଲ ମିଡିଆରେ ରେସିଡେନ୍ସ ପରମିଟ୍ ପାଇଁ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ହାତ ଯୋଡ଼ିବାର ଇମୋଜି ସହିତ ସେ ଅମିତ ଶାହଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି । ସେ ନିଜ ରେସିଡେନ୍ସ ପରମିଟକୁ ନେଇ ଚିନ୍ତା ବ୍ୟକ୍ତ କରି ସୋମବାର ଏକ ପୋଷ୍ଟରେ ଲେଖିଥିଲେ ଯେ ‘ଭାରତ ମୋର ଦ୍ୱିତୀୟ ଘର । ମୋତେ ଏଠାରେ ରହିବାକୁ ଦିଅନ୍ତୁ’ । ନାସରିନ ଲେଖିଥିଲେ, ‘ଅମିତ ଶାହ ଜୀ ନମସ୍କାର । ମୁଁ ଭାରତରେ ରହୁଛି ।

କାରଣ, ଏହି ମହାନ ଦେଶକୁ ମୁଁ ଭଲ ପାଉଛି । ଗତ ୨୦ ବର୍ଷ ଧରି ଏହା ମୋର ଦ୍ୱିତୀୟ ଘର ରହିଆସିଛି । କିନ୍ତୁ ଗୃହ ମନ୍ତ୍ରଣାଳୟ ଜୁଲାଇ ୨୨ରୁ ମୋର ରେସିଡେନ୍ସ ପରମିଟକୁ ବଢ଼ାଉ ନାହିଁ । ମୁଁ ବହୁତ ଚିନ୍ତିତ । ଯଦି ଆପଣ ମୋତେ ଏଠାରେ ରହିବାକୁ ଦେବେ, ତା’ ହେଲେ ମୁଁ ଆପଣଙ୍କ ନିକଟରେ କୃତଜ୍ଞ ରହିବି’ । ତସଲିମା ନାସରିନଙ୍କର ରେସିଡେନ୍ସ ପରମିଟ୍ ଜୁଲାଇ ୨୭ରେ ହିଁ ସମାପ୍ତ ହୋଇଯାଇଥିଲା । ଗଣମାଧ୍ୟମ ସହ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପରେ ସେ କହିଛନ୍ତି, ଭାରତରେ ରହିବାକୁ ତାଙ୍କୁ ଭଲ ଲାଗୁଛି । କିନ୍ତୁ ତାଙ୍କର ରେସିଡେନ୍ସ ପରମିଟ୍ ଏ ପର୍ଯ୍ୟନ୍ତ ରିନ୍ୟୁ କରାଯାଇ ନାହିଁ । ପ୍ରଥମ ଥର ବାଂଲାଦେଶରେ ନାସରିନଙ୍କୁ ୧୯୯୦ରେ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । ସେ ଇସଲାମକୁ ସମାଲୋଚନା କରିଥିବା ନେଇ ଅଭିଯୋଗ ହୋଇଥିଲା । ପରେ ୧୯୯୪ରେ ବାଂଲାଦେଶରେ ତାଙ୍କୁ ଫତୱା ଜାରି କରାଯାଇଥିଲା । ଶେଷରେ ତାଙ୍କୁ ଦେଶ ଛାଡ଼ିବାକୁ ପଡ଼ିଥିଲା ଏବଂ ସେବେଠାରୁ ସେ ନିର୍ବାସନରେ ହିଁ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking