31.1 C
Bhubaneswar
Tuesday, March 10, 2026
Homeଓଡିଶାଆସନ୍ତା ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଘରକୁ ପାଣି ଯୋଗାଇବାକୁ ଟାର୍ଗେଟ

ଆସନ୍ତା ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଘରକୁ ପାଣି ଯୋଗାଇବାକୁ ଟାର୍ଗେଟ

ଭୁବନେଶ୍ୱର: ବିଧାନସଭାରେ ପାନୀୟ ଜଳ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିଜେଡି ଓ ବିଜେପି । ପ୍ରଶ୍ନକାଳ ଆଲୋଚନା ବେଳେ ପଞ୍ଚାୟତ ରାଜ ମନ୍ତ୍ରୀ ଉତ୍ତର ରଖୁଥିବା ବେଲେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୂର୍ବ ସରକାରଙ୍କୁ ସମାଲୋଚନା କରି କହିଥିଲେ, ୨୪ ବର୍ଷର ପୂର୍ବ ସରକାର ୨୬ ହଜାର ଟ୍ୱ୍ୟୁବୱେଲ କରିଥିଲା ବେଳେ ବିଜେପି ସରକାର ବର୍ଷେ ଭିତରେ ୨୬ ହଜାର ଟ୍ୱ୍ୟୁବୱେଲ କଲେଣି । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଶ୍ନକାଳରେ ଏହି ତଥ୍ୟ ଉପସ୍ଥାପନା କଲା ବେଳେ ହଠାତ ଉତକ୍ଷିପ୍ତ ହୋଇ ଉଠିଥିଲେ ବିଜେଡି ବିଧାୟକ । ବିଜେପି ସଦସ୍ୟ ମଧ୍ୟ ତାର ଜବାବ ରଖିଥିଲେ । କିଛି ସମୟପାଇଁ ଗୃହରେ ତୀବ୍ର ଆଲୋଚନା ହୋଇଥିଲା । ତେବେ ବାଚସ୍ପତିଙ୍କର ହସ୍ତକ୍ଷେପ ପରେ ନୀରବ ହୋଇଥିଲେ ଉଭୟ ଦଳର ବିଧାୟକ । ଆସନ୍ତା ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଘରକୁ ପାଣି ଯୋଗାଇବା ପାଇଁ ଟାର୍ଗେଟ ରହିଛି ବୋଲି କହିଛନ୍ତି ମନ୍ତ୍ରୀ । ନିର୍ଦ୍ଧାରିତ ୨୦୭ଟି ମେଗା ପ୍ରକଳ୍ପ କାମ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ମାର୍ଚ୍ଚ ୫ ତାରିଖ ସୁଦ୍ଧା ୬୮ ଲକ୍ଷ ୪୭ ହଜାର ୭୫୨ ଅର୍ଥାତ ୭୭ ପ୍ରତିଶତ ପରିବାରକୁ ପିଇବା ପାଣି ଯୋଗାଇ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୨୬ଟି ମେଗା ପ୍ରକଳ୍ପ ଶେଷ ହୋଇଛି । ଆଉ ମାର୍ଚ୍ଚ ସୁଦ୍ଧା ଆହୁରି ୨୮ଟି ମେଗା ପ୍ରକଳ୍ପ ଶେଷ ହେବ । ସେହିପରି ୪୪ ହଜାର ୫୩୧ ଗାଁରୁ ୧୧ ହଜାର ୭୭୭ ଗାଁରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ବିଗତ ସରକାର ବେଳେ କାମ ଧିମା ଚାଲିଥିଲ।। ପୂର୍ବ ସରକାରଙ୍କର ଭୁଲ ଡିପିଆର ଯୋଗୁଁ ୧୮ଟି ଇନଟେକ ୱେଲ କାମ ସ୍ଥାନାନ୍ତର କରିବାକୁ ପଡିଛି । ତେବେ ରାଜ୍ୟରେ ୫ ଲକ୍ଷ ୨୭ ହଜାର ୬୯୪ ଟ୍ୱିବୱେଲ ରହିଛି ବୋଲି କହିଛନ୍ତି ମନ୍ତ୍ରୀ ରବି ନାରାୟଣ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking