24.1 C
Bhubaneswar
Thursday, February 26, 2026
Homeଖେଳଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ ୩୫୦

ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ ୩୫୦

ରାଞ୍ଚି: ରାଞ୍ଚିରେ ଦକ୍ଷିଣ ଆଫ୍ରିକାକୁ ୩୫୦ ରନ୍‌ର ବଡ ଟାର୍ଗେଟ୍ ଦେଇଛି ଭାରତ। ସିରିଜର ପ୍ରଥମ ଦିନିକିଆରେ ଭାରତ ଦକ୍ଷିଣ ଆଫ୍ରିକା ପାଇଁ ୩୫୦ ରନର ଲକ୍ଷ୍ୟ ରଖିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨୫ ରନରେ ଯଶସ୍ୱୀ ଜୟସ୍ୱାଲ (୧୮)ଙ୍କୁ ହରାଇଥିଲା। ଏହା ପରେ ରୋହିତ ୫୧ ବଲରୁ ୫୭ ରନ କରିଥିଲେ, ବିରାଟ କୋହଲି ୧୨୦ ବଲରୁ ୧୩୫ ରନ କରିଥିଲେ। ରୋହିତ ଏବଂ କୋହଲିଙ୍କ ବ୍ୟତୀତ, ଅଧିନାୟକ କେଏଲ ରାହୁଲ ୬୦ ରନ ଏବଂ ରବିନ୍ଦ୍ର ଜାଡେଜା ୩୨ ରନ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ, ନାଣ୍ଡ୍ରେ ବର୍ଗର, କର୍ବିନ୍ ବୋଶ ଏବଂ ଓଟନିଏଲ୍ ବାର୍ଟମ୍ୟାନ୍ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। କୋହଲି ତାଙ୍କର ୫୨ତମ ଦିନିକିଆ ଶତକ ହାସଲ କରିଥିଲେ। ଏହା ସହ ସେ ଦିନିକିଆ ଫର୍ମାଟରେ ସର୍ବାଧିକ ଶତକ ଲଗାଇବା କ୍ଷେତ୍ରରେ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତିଅନ୍ୟପଟେ, ରୋହିତ ଶର୍ମା ୨୦ତମ ଓଭରରେ ମାର୍କୋ ଜାନସେନଙ୍କ ବଲରେ ଏକ ଛକା ମାରି ଦିନିକିଆ ମ୍ୟାଚ୍‌ରେ ସର୍ବାଧିକ ଛକା ମାରିଥିବା ବ୍ୟାଟସମ୍ୟାନ୍ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking