ଭୁବନେଶ୍ୱର: ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ଷଣ୍ଢମାନଙ୍କ ପାଇଁ ପ୍ରଶ୍ନ ଉଠାଇଥିଲେ , ଏହି ପ୍ରଶ୍ନରେ ଉତ୍ତର ଦେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ରାଜ୍ୟର ୩୦ ଜିଲ୍ଲାରେ ୨ ଲକ୍ଷ ୩୦ ହଜାର ୪୦୩ ଷଣ୍ଢ ଅଛନ୍ତି । ଆଉ ଷଣ୍ଢ ବଂଶର ବୃଦ୍ଧି ପାଇଁ କୃତ୍ରିମ ପ୍ରଜନନ କରି ୯୦ ପ୍ରତିଶତ ଉନ୍ନତ ମାନର ମାଈ ବାଛୁରୀ ଜନ୍ମ କରାଯାଉଛି । ତେବେ ରାଜ୍ୟରେ ଗତ ପ୍ରାଣୀ ଗଣନା ଅନୁସାରେ, ୨ ଲକ୍ଷ ୬୩ ହଜାର ୮୫୦ ଷଣ୍ଢ ଥିଲେ । ଯାହାକି ଏବେର ତୁଳନାରେ ୩୩ ହଜାରରୁ କମ୍ ବୋଲି ସେ ସୂଚନା ଦେଇଛନ୍ତି ।