କୋରାପୁଟ: ଏକ ଶୋଭାଯାତ୍ରାବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ ପତିଙ୍କୁ ଅଚାନକ ଆକ୍ରମଣ ଅଭିଯୋଗ ହୋଇଛି । ଗତ ୧୪ ତାରିଖ ରାତିରେ କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ମଶାଲ ଯାତ୍ରା କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଶୋଭାଯାତ୍ରା କୋରାପୁଟ ସହରରେ ଅନୁଷ୍ଠିତ ହୋଇଥିଲା । ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ନିକଟରୁ ଆରମ୍ଭ ହୋଇ ବସଷ୍ଟାଣ୍ଡରେ ସରିଥିଲା । ଏହି ଶୋଭାଯାତ୍ରାରେ ତାରା ବାହିନୀପତି ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଯୋଗଦେଇଥିଲେ । କୋରାପୁଟ ବସଷ୍ଟାଣ୍ଡ ନିକଟରେ ହଠାତ କୃଷ୍ଣଦୀପ ନାମକ ଜଣେ ବ୍ୟକ୍ତି ତାରାଙ୍କୁ ଅଚାନକ ଆକ୍ରମଣ କରିଥିଲେ । ଉପସ୍ଥିତ ଲୋକେ କୃଷ୍ଣଙ୍କୁ କାବୁ କରି ଟାଉନ ଥାନାରେ ଜିମା ଦେଇଥିଲେ । ଟାଉନ ଥାନା ପୋଲିସ କୃଷ୍ଣଙ୍କର ଡାକ୍ତରୀ ପରୀକ୍ଷା କରିବା ସହହିତ ଅଟକ ରଖି ପଚାରଉଚରା କରୁଛି । ଉଭୟ ପଟୁ ଥାନାରେ ଲିଖିତ ଭାବେ ଅଭିଯୋଗ ହୋଇଛି । ତାରାଙ୍କର ପିଏସଓ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ଅଚାନକ ତାରାଙ୍କୁ ସର୍ୱ ସାଧାରଣରେ ଥାପଡ ମାରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।








