ଭୁବନେଶ୍ୱର : ବିଧାନସଭା ଗଲେ କଂଗ୍ରେସର ୨ ବିଧାୟକ । ବିଧାନସଭା ଗଲେ ତାରା ବାହିନୀପତି ଓ ରମେଶ ଜେନା । ସୂଚନା ଅନୁସାରେ ଗତକାଲି , ନିଲମ୍ବିତ ବିଧାୟକଙ୍କୁ ଗୃହରୁ ଚାଲିଯିବାକୁ ବାଚସ୍ପତି ସୁରମା ପାଢୀ ନିର୍ଦ୍ଦେଶ ଦେଇଥିଲେ ା କଂଗ୍ରେସର ନିଲମ୍ବିତ ବିଧାୟକଙ୍କୁ ବାହାରକୁ ନେବାକୁ ମାର୍ଶାଲଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ବିଧାନସଭାରୁ ୧୨ ଜଣ କଂଗ୍ରେସ ବିଧାୟକ ୭ ଦିନ ପାଇଁ ନିଲମ୍ବିତ ହୋଇଥିଲେ । ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ଗୃହରେ ଲଗାତାର ବିଶୃଙ୍ଖଳା ଦେଖାଦେଇଥିଲା । କଂଗ୍ରେସର ମୋଟ ୧୪ ବିଧାୟକଙ୍କ ଭିତରୁ ୧୨ ଜଣ ନିଲମ୍ବିତ ହୋଇଥିଲେ । ତାରା ବାହିନୀ ପତି ଏବଂ ରମେଶ ଜେନା ଏହି ଦୁଇ ଜଣଙ୍କୁ ଛାଡି ବାକି ୧୨ ବିଧାୟକ ନିଲମ୍ବିତ ହୋଇଥିଲେ ।