ଭୁବନେଶ୍ୱର : ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠିବାକୁ ତାରା ବାହିନୀ ପତି ଉଦ୍ୟମ ଚଳାଇଛନ୍ତି । ଗୃହରେ ବିଜେଡି ଓ କଂଗ୍ରେସ ସଦସ୍ୟ ନାରାବାଜି କରିଛନ୍ତି । ବାଚସ୍ପତିଙ୍କ ମାଇକ ଟାଣିଦେଲେ ତାରାବାହିନୀପତି । ଅନ୍ୟପଟେ ଆଜି ସକାଳୁ ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଦେଖାଦେଇଥିଲା ା ଶୋକପ୍ରସ୍ତାବ ଆଗତ ପରେ ଗୃହରେ ହଙ୍ଗାମା କରିଥିଲେ ବିରୋଧୀ । ନାରୀ ନିଯ୍ୟାତନା ପ୍ରସଙ୍ଗରେ କଂଗ୍ରେସର ହୋହଲ୍ଲା ଦେଖିବାକୁ ମିଳିଛି । ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ପ୍ରସଙ୍ଗ ଉଠାଇଥିଲା ବିଜେଡି । ବାଚସ୍ପତିଙ୍କ ପୋଡିୟମ ନିକଟରେ ଜେରଦାର ପ୍ରତିବାଦ କରିଥିଲେ । ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହ ଦିନ ୧୨ଟା ୯ ଯାଏଁ ମୁଲତବି କରାଯାଇଥିଲା ।









