18.1 C
Bhubaneswar
Thursday, December 11, 2025
Homeଓଡିଶାନବୀନ ଚିଠି ଲେଖିଲେ ବୋଲି ତାରା ରାଗିଗଲେ

ନବୀନ ଚିଠି ଲେଖିଲେ ବୋଲି ତାରା ରାଗିଗଲେ

ଭୁବନେଶ୍ୱର : ରାଜ୍ୟରେ ଆଳୁଦର ବୃଦ୍ଧି ପାଇବା କାରଣରୁ ଚିନ୍ତାରେ ସାଧାରଣ ଲୋକେ । ତେବେ ଭୁବନେଶ୍ୱର ଓ କଟକରେ ଆଳୁ କିଲୋ ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ପଶ୍ଚିମବଙ୍ଗରୁ ଆଳୁ ଆସିବା ଆରମ୍ଭ ହୋଇଛି। ଏବେ ଧୀରେ ଧୀରେ ଆଳୁରେଟ୍‌ରେ ବେକ୍ର ଲାଗିବ। ତେବେ ଏହାକୁ ନେଇ ଗତକାଲି ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ଚିଠି ଲେଖିଥିଲେ। ଯେଉଁଥିରେ ସେ ଆଳୁ ଟ୍ରକ୍‌ ଓଡ଼ିଶାକୁ ଛାଡିବାକୁ ନିବେଦନ କରିଥିଲେ। ଆଳୁ ଦରକୁ ନେଇ ଶନିବାର ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି, ଆଜି ଆଳୁ ଗାଡ଼ି ଓଡ଼ିଶାକୁ ଆସିଛି। ଆଳୁ ଗାଡି ଛାଡ଼ିବାକୁ ନବୀନ ପଟ୍ଟନାୟକ ଚିଠି ଲେଖିବାରୁ ଏପରି ପ୍ରଭାବ ପଡିଛି। ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ଏନେଇ କହିଛନ୍ତି, ମନ୍ତ୍ରୀ ଏଠି ସେଠି ବୁଲୁଛନ୍ତି, ଡ୍ରାମା କରୁଛନ୍ତି। ନବୀନ ଚିଠି ଲେଖିଲେ ହେଲେ ଭାଜପା ସରକାରଙ୍କୁ ପସନ୍ଦ ହେଲାନି। ବିଜେଡି-ଭାଜପା ମିଶିକି ସରକାର କରିଥିଲେ। ବିଜେଡିବେଳେ ଯୋଗାଣ ମନ୍ତ୍ରୀ ଭାଜପାର ଥିଲେ। ଆଳୁ ଓଡ଼ିଶାରେ କିପରି ଅଧିକ ଉତ୍ପାଦନ ହେବ ଦୁହେଁ କେବେ ବି ଚିନ୍ତା କଲେନି। ଏବେ ଦର କିପରି ନିୟନ୍ତ୍ରଣ କରିବେ ଚିନ୍ତା କରନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking