27.1 C
Bhubaneswar
Thursday, February 12, 2026
Homeଓଡିଶାଘର ଭିତରେ ଧସେଇ ପଶିଲା ଟ୍ୟାଙ୍କର: ବୃଦ୍ଧା ମୃତ

ଘର ଭିତରେ ଧସେଇ ପଶିଲା ଟ୍ୟାଙ୍କର: ବୃଦ୍ଧା ମୃତ

ରାୟଗଡ଼ା: ରାୟଗଡାରେ ଘଟିଛି ଏକ ବଡ ଦୁର୍ଘଟଣା। ଘର ଭିତରେ ଧସେଇ ପଶିଲା ଟ୍ରକ। ଦୁର୍ଘଟଣାରେ ଜଣ ମୃତ ଏବଂ ଜଣେ ଗୁରୁତର। ସୂଚନା ଅନୁସାରେ, କୋରାପୁଟ ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ଗୁମ୍ମା ଗାଁ ରେ ଏକ ଆଲୁମିନିୟମ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଏକ ଝୁପୁଡ଼ି ଘର ଉପରେ ମାଡ଼ିଯାଇଥିଲା। ଏଥିରେ ଘରେ ସୋଇଥିବା ବୃଦ୍ଧା ଜଣକ ଚାପି ହୋଇ ମତ୍ୟୁବରଣ କରିଛନ୍ତି। ମୃତା ବୃଦ୍ଧା ଜଣକ ହେଲେ ଲକ୍ଷ୍ମୀ ପାତ୍ର (୬୦) ।

ଟ୍ୟାଙ୍କର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଏହି ଦୁର୍ଘଟଣାରେ ସେଠାରେ ଥିବା ଦୁଇଟି ଦୋକାନ ଘର ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପୂର୍ବକ ରାସ୍ତାରୋକ କରିଛନ୍ତି ଅଞ୍ଚଳବାସୀ। ଫଳରେ ରାୟଗଡ଼ା ଠାରୁ କାଶିପୁର, ଟିକିରି ସମେତ ଲକ୍ଷ୍ମୀପୁର ଓ କୋରାପୁଟ କୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking