30.1 C
Bhubaneswar
Sunday, March 22, 2026
Homeଓଡିଶା୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର

୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର

ମୁନିଗୁଡା: ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ ବୋଝେଇ ଟ୍ୟାଙ୍କର ୩ଟି ଘର ଉପରେ ଓଲଟି ପଡ଼ିଥିବା ବେଳେ ତିନୋଟି ପରିବାରର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ବକ୍ସାଇଟ ବୋଝେଇ ଟ୍ୟାଙ୍କର ବିଶାଖାପାଟଣାଠାରୁ ଝାରସୁଗୁଡା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଟ୍ୟାଙ୍କରଟି କିଭଳି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା  ଘଟାଇଲା କେହି ଜାଣି ନ ଥିବା ବେଳେ ଭୋର ସମୟ ହୋଇଥିବାରୁ ଡ୍ରାଇଭର ଆଖି ଲାଗିଯାଇଥିବା ହେତୁ ଅଳ୍ପ ବୁଲାଣି ଥିବାରୁ ଭାରସାମ୍ୟ ହରାଇ ଥିବା ନେଇ ଅନୁମାନ କରାଯାଉଛି। ତେବେ ଏହି ଦୁର୍ଘଟଣାରେ ତିନୋଟି ଘରର କାନ୍ଥ ଓ ଆଜବେଷ୍ଟ ଓ ଆସବାବପତ୍ର ଭାଙ୍ଗି ନଷ୍ଟ ହୋଇଯାଇଛି। ସେହି ଘରରେ ଦୁଇଟି ବାଇକ ମଧ୍ୟ ଥିଲା ବାଇକ ଗୁଡିକ ମଧ୍ୟ ସାମାନ୍ୟ ଭାଙ୍ଗିଥିବା ଜଣାପଡିଥିବା ବେଳେ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି। ଘଟଣା ପରେ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ତଦନ୍ତ ଜାରିରଖିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking