27.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶଆଫଗାନିସ୍ତାନ ମହିଳାଙ୍କ ପାଇଁ ତାଲିବାନର କଡ଼ା ନିୟମ

ଆଫଗାନିସ୍ତାନ ମହିଳାଙ୍କ ପାଇଁ ତାଲିବାନର କଡ଼ା ନିୟମ

ନୂଆଦିଲ୍ଲୀ : ତାଲିବାନ ପୁଣି ହେଲା କଠୋର । ଆଫଗାନ ମହିଳାଙ୍କୁ ପାଇଁ ଜାରି କଲା ନୂଆ ନିୟମ। ସେମାନଙ୍କ ଚାକିରି ଉପରେ ଲଗାଇଲା ପ୍ରତିବନ୍ଧକ । ଏଥିପାଇଁ ସେ ଏକ ନିର୍ଦ୍ଦେଶନାମା ଜାରି କରି ଦେଶରେ କାମ କରୁଥିବା ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ଏନଜିଓ ଗୁଡ଼ିକୁ ଚେତାବନୀ ଦେଇଛି। ଆଫଗାନ ମହିଳାଙ୍କୁ କେବେ ବି ଚାକିରି ଦିଅନ୍ତୁ ନାହିଁ ବୋଲି କହିଛି। ଏହା ପଛରେ ଆଶ୍ଚର୍ଯ୍ୟକର କାରଣ ମଧ୍ୟ ସାମ୍ନାକୁ ଆସିଛି। ତାଲିବାନର କହିବାନୁସାରେ , ମହିଳାମାନେ ଚାକିରି କରିବା ବେଳେ ହିଜାବକୁ ସଠିକ୍ ଢଙ୍ଗରେ ପିନ୍ଧନ୍ତି ନାହିଁ। ଏଥିପାଇଁ ତାଙ୍କୁ ଚାକିରି ହିଁ ଦେବା ବନ୍ଦ କରି ଦିଅନ୍ତୁ। ଏହା ପୂର୍ବରୁ ତାଲିବାନ କହିଥିଲା କି ମହିଳାଙ୍କ ରୁମ୍‌ରେ ଝରକା ରହିବା ଉଚିତ ନୁହେଁ , ଯଦି ଅଛି ତ ଝରକା ବନ୍ଦ କରିଦିଆ ଯାଉ।

ତାଲିବାନ ଦୁଇ ବର୍ଷ ପୂର୍ବେ ମଧ୍ୟ ସବୁ ଏନଜିଓକୁ ଆଫଗାନ ମହିଳାଙ୍କୁ ରୋଜଗାର ଦେବାରେ ମନା କରିଥିଲେ। ଏହାପରେ ତାଙ୍କର ଏହି ପଦକ୍ଷେପ ସାମ୍ନାକୁ ଆସିଛି। ତାଲିବାନ ସୋମବାର ଚେତାବନୀରେ କହିଛି କି ତାର ଆଦେଶର ଦୃଢ ଭାବେ ପାଳନ କରାଯାଉ । ତାଲିବାନ ଏହି ପଦକ୍ଷେପ ଏଥିପାଇଁ ଉଠାଇଛି , କାରଣ ଏହାର ରହିବା ହେଲା କି ମହିଳାମାନେ ଇସଲାମୀ ହିଜାବ ସଠିକ୍ ଢଙ୍ଗରେ ପିନ୍ଧୁ ନାହାନ୍ତି। ରବିବାର ରାତିରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରାଯାଇ ଥିବା ଚିଠିରେ ଅର୍ଥ ମନ୍ତ୍ରଣାଳୟ ଚେତାବନୀ ଦେଇଛି କି ସଦସ୍ୟ ଆଦେଶର ପାଳନ ନକରିବାରେ ଏମିତି ଏନଜିଓକୁ ଆଫଗାନିସ୍ତାନରେ କାମ କରିବାକୁ ଲାଇସେନ୍ସ ହରାଇବାରୁ ପଡ଼ିବ।

ମନ୍ତ୍ରଣାଳୟ କହିଛି କି ସେ ରାଷ୍ଟ୍ରୀୟ ଏବଂ ବିଦେଶୀ ସଙ୍ଗଠନ ଗୁଡ଼ିକର ପଞ୍ଜୀକରଣ ,ସମନ୍ୱୟ , ନେତୃତ୍ୱ ଓ ତାଙ୍କର ସମସ୍ତ ଗତିବିଧି ଉପରେ ନଜର ରଖିବା ପାଇଁ ଦାୟୀ। ଚିଠି ଅନୁସାରେ , ସରକାର ପୁଣି ଥରେ ତାଲିବାନର ନିୟନ୍ତ୍ରଣ ବାହାରର ସଂସ୍ଥା ଗୁଡ଼ିକରେ ମହିଳାଙ୍କ ସବୁ ପ୍ରକାରର କାର୍ଯ୍ୟକଳାପକୁ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି। ଚିଠିରେ ଆହୁରି ମଧ୍ୟ ରହିଛି , ସହଯୋଗ ନମିଳିବା ସ୍ଥିତିରେ ଏହି ସଂସ୍ଥାର ସବୁ ଗତିବିଧିକୁ ରଦ୍ଦ କରିଦିଆ ଯିବ ଏବଂ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇ ଥିବା ସଂସ୍ଥାର ଗତିବିଧି ଲାଇସେନ୍ସ ମଧ୍ୟ ରଦ୍ଦ କରିଦିଆ ଯିବ। କହି ରଖୁଛୁ କି ତାଲିବାନ ପୂର୍ବରୁ ବି ଅନେକ ଚାକିରି ଗୁଡ଼ିକରେ ମହିଳାଙ୍କ ସଂପୃକ୍ତି ତଥା ସର୍ବାଧିକ ସାର୍ବଜନିକ ସ୍ଥାନରେ ସେମାନଙ୍କର ଉପସ୍ଥିତିରେ ପ୍ରତିବନ୍ଧକ ଲଗାଇ ସାରିଛି। ତାଲିବାନ ମହିଳାଙ୍କୁ ୬ଷ୍ଠ ଶ୍ରେଣୀରୁ ଆଗକୁ ଆଉ ଶିକ୍ଷାକୁ ମଧ୍ୟ ବଞ୍ଚିତ କରିଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking