ନୂଆଦିଲ୍ଲୀ : ପୁଣି ଥରେ ଏକ ବିଚିତ୍ର ନିୟମ ଆଣିବାକୁ ଯାଉଛି ତାଲିବାନ । ତାଲିବାନ କେତେକ ପ୍ରଦେଶରେ ଚିକିସ୍ôା କରିବା ଉପରେ ପ୍ରତିବନ୍ଧକ ଲଗାଇଛି । ଝିଅମାନେ ଏବେଠାରୁ ଡାକ୍ତରୀ ପାଠ ପଢିପାରିବେନି । ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପାଠ ପଢା ଓ ନିଯୁକ୍ତି ଉପରେ ମଧ୍ୟ ରୋକ ଲାଗିବ । ଯଦି ଏହି ନିୟମ ଲାଗୁ ହୁଏ, ତେବେ ଯନ୍ତ୍ରଣା , ଅସୁସ୍ଥତା ଏବଂ ମୃତ୍ୟୁର ସମ୍ମୁଖୀନ ହେବେ କାରଣ ସେମାନେ ସ୍ୱାସ୍ଥ୍ୟସେବା ବିନା ରହିବାକୁ ବାଧ୍ୟ ହେବେ । କାରଣ ସେମାନଙ୍କ ଚିକିତ୍ସା ପାଇଁ କୌଣସି ମହିଳା ସ୍ୱାସ୍ଥ୍ୟକର୍ମୀ ରହିବେ ନାହିଁ । ତାଲିବାନର ସର୍ବୋଚ୍ଚ ନେତା ହାଇବତୁଲ୍ଲା ଆଖୁନ୍ଦଜାଦା ତାଲିବାନର ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବୈଠକରେ ଏହି ଘୋଷଣା କରିଛନ୍ତି । ମନ୍ତ୍ରଣାଳୟ ଘରୋଇ ମେଡିକାଲ ପ୍ରଶିକ୍ଷଣ ଅନୁଷ୍ଠାନର ନିର୍ଦ୍ଦେଶକମାନଙ୍କୁ ଡକାଇ ନୂତନ ଆଦେଶ ବିଷୟରେ ଅବଗତ କରାଇଛି ।