22.1 C
Bhubaneswar
Friday, February 6, 2026
Homeଦେଶ ବିଦେଶପ୍ରେମିକଙ୍କୁ ତାଲିବାନି ଦଣ୍ଡ, ଲଣ୍ଡା କରି ମୁହଁରେ ବୋଳିଲେ କଳା

ପ୍ରେମିକଙ୍କୁ ତାଲିବାନି ଦଣ୍ଡ, ଲଣ୍ଡା କରି ମୁହଁରେ ବୋଳିଲେ କଳା

ବିହାର: ପ୍ରେମ କରି ଫସିଗଲେ ଯୁବକ, ମିଳିଲା ତାଲିବାନି ଦଣ୍ଡ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ଦରଭଙ୍ଗାରେ। ଏଠାରେ ଜଣେ ଯୁବକଙ୍କ ପ୍ରତି ଅମାନବୀୟ ବ୍ୟବହାର ହୋଇଛି। ପୁଅଟି ପାଖ ଗାଁର ଜଣେ ଝିଅକୁ ପ୍ରେମ କରୁଥିଲେ। ଉଭୟ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ସେମାନେ ଘରୁ ଲୁଚିକି ଫେରାର ହୋଇଯିବା ପାଇଁ ପ୍ଲାନ କରିଥିଲେ। ପ୍ଲାନ ଅନୁଯାୟୀ ଫେରାର ମଧ୍ୟ ହୋଇଗଲେ।

କିନ୍ତୁ 2ଦିନ ଏକାଠି ରହିଲା ପରେ ପୁଣି ଘରକୁ ଫେରି ଆସିଲେ। ଯେତେବେଳେ ଝିଅଟିର ପରିବାର ଲୋକେ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିଲେ, ସେମାନେ ରାଗିଗଲେ ଏବଂ ଯୁବକଙ୍କୁ ଧରି ତାଲିବାନି ଉପାୟରେ ଦଣ୍ଡ ଦେଇଥିଲେ। ଯୁବକଙ୍କ ମୁହଁରେ କଳା ବୋଳି ତାଙ୍କୁ ଲଣ୍ଡା କରି ମାଡ ମାରିଥିଲେ। ଏହି ଘଟଣା ଜାଣିବା ପରେ ପୋଲିସ ଅଭିଯୁକ୍ତ ଭାଇକୁ ଗିରଫ କରି ପୁଅ ଏବଂ ଝିଅକୁ ପୋଲିସ ସୁରକ୍ଷାରେ ନିଆଯାଇଛି। ଉଭୟ ବୟସ୍କ ହୋଇଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କ ଖୋଜାଖୋଜି ଜାରି ରହିଛି। ଉଭୟ ପକ୍ଷରୁ ଏଫଆଇଆର ମଧ୍ୟ ରୁଜୁ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking