16.1 C
Bhubaneswar
Tuesday, February 10, 2026
Homeଓଡିଶାକ୍ରାଇମବ୍ରାଞ୍ଚ ଡିଏସପିଙ୍କ ସାକ୍ଷ୍ୟ ଗ୍ରହଣ

କ୍ରାଇମବ୍ରାଞ୍ଚ ଡିଏସପିଙ୍କ ସାକ୍ଷ୍ୟ ଗ୍ରହଣ

ପାଟଣାଗଡ: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲା। କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ ଡିଏସପି ଅନିଲ କୁମାର ଦାସ ପାଟଣାଗଡ଼ ଏସଡିଜେଏମ କୋର୍ଟରେ ହାଜର ହୋଇ ସାକ୍ଷ୍ୟ ରଖିଛନ୍ତି। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଥିବାବେଳେ କିପରି ତଥ୍ୟ ପ୍ରମାଣ ଯୋଗାଡ କରାଯାଇଥିଲା, କିପରି ଅଭିଯୁକ୍ତ ପୁଞ୍ଜିଲାଲ ମେହେର ନିକଟରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ସେନେଇ କୋର୍ଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି ଅନିଲ । ଅନିଲଙ୍କ ସହ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ବିଜୟ ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ। ପୁଞ୍ଜିଲାଲ କେମିତି ବୋମା ତିଆରି କୌଶଳ ଶିଖିଥିଲେ? ବୋମା ତିଆରି କଲା ପରେ ତାକୁ କିପରି ଟେଷ୍ଟିଂ କରିଥିଲେ ? କିପରି ତଦନ୍ତ କରାଯାଇଥିଲା କୋର୍ଟରେ ପକ୍ଷ ରଖିଥିବା ଜଣାପଡ଼ିଛି । ପୂର୍ବରୁ ୬୧ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ସରିଥିବା ବେଳେ ଆଜି ୬୨ନଂ ସାକ୍ଷୀ ଭାବେ ଅନିଲ କୋର୍ଟରେ ହାଜର ହୋଇଥିଲେ। ଗତ ସେପ୍ଟେମ୍ବର ୩ ଓ ଡିସେମ୍ବର ୨୩ ତାରିଖରେ ପାଟଣାଗଡ଼ କୋର୍ଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। ୨୦୧୮ ଫେବୃଆରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା। ବିସ୍ଫୋରଣରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ନବବିବାହିତା ପତ୍ନୀ ରୀମା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ । ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲେ । ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ମସିହା ଫେବ୍ରୁଆରୀ ୧୭ ତାରିଖରେ ହୋଇଥିଲା । ବିବାହ ଭୋଜିରେ ପୁଞ୍ଜିଲାଲ୍‌ ପାର୍ସଲ୍‌ ଉପହାର ଭାବେ ବୋମା ପଠାଇଥିଲେ । ୨୩ ତାରିଖ ଦିନ ପାର୍ସଲ୍‌ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା । ଘଟଣାର ତଦନ୍ତ କରି କ୍ରାଇମ୍‌ବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା । ସେବେଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ବନ୍ଦୀ ଅଛି । ମାମଲାକୁ ୨ ସପ୍ତାହ ମଧ୍ୟରେ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଆଉ କିଛିଦିନ ମଧ୍ୟରେ ରାୟ ପ୍ରକାଶ ପାଇବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking