27.1 C
Bhubaneswar
Friday, July 5, 2024
Homeଓଡିଶାଭିଜିଲାନ୍ସ ହାତରେ ତହସିଲଦାର

ଭିଜିଲାନ୍ସ ହାତରେ ତହସିଲଦାର

ନୟାଗଡ଼: ଭିଜିଲାନ୍ସ ହାତରେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ତହସିଲଦାର ଧୋବେଇ ନାୟକ । ବାଲିଗାଡି ଛାଡିବା ପାଇଁ ଦଲାଲ୍ ମାଧ୍ୟମରେ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦଲାଲ୍ ମୋହରି ପ୍ରସନ୍ନ ସାହୁଙ୍କୁ ଗିରଫ କରିଛି ନୟାଗଡ ଭିଜିଲାନ୍ସ ଟିମ୍ । ତହସିଲଦାର ଧୋବେଇଙ୍କ ଭାପୁର ଏବଂ ଭୁବନେଶ୍ୱର ଘରେ ଭିଜିଲାନ୍ସ ଚଢାଉ ଜାରୀ ରହିଛି । ନୟାଗଡ ଜିଲ୍ଲା ସିଦ୍ଧାମୁଳା ନିକଟ ମହାନଦୀରୁ ବାଲି ବୋଝେଇ କରି ହାଇୱା ଗାଡିରେ ବିଭିନ୍ନ ସ୍ଥାନକୁ ନିଆଯାଇଥାଏ । କୌଣସି କାରଣରୁ ଚନ୍ଦନ ଜେନାଙ୍କ ବାଲି ବୋଝେଇ ଗାଡିକୁ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ ଅଟକ ରଖିଥିଲେ । ଗାଡି ଛାଡିବା ପାଇଁ ତହସିଲଦାର ଗାଡି ମାଲିକଙ୍କୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଗତକାଲି ବିଳମ୍ବିତ ରାତିରେ ଦଲାଲ୍ ପ୍ରସନ୍ନ ସାହୁଙ୍କ ମାଧ୍ୟମରେ ଗାଡି ମାଲିକଙ୍କ ଠାରୁ ଟଙ୍କା ନେଉଥିବା ବେଳେ ନୟାଗଡ ଭିଜିଲାନ୍ସ ଟିମ୍ ପ୍ରସନ୍ନଙ୍କୁ ଧରିଥିଲା । ପ୍ରସନ୍ନ ତହସିଲଦାରଙ୍କ ପାଇଁ ଟଙ୍କା ନେଉଥିବା ସ୍ବୀକାର କରିବା ପରେ ଭିଜିଲାନ୍ସ ଟିମ୍ ଧୋବେଇ ନାୟକଙ୍କ ଭାପୁର ଏବଂ ଭୂବନେଶ୍ବର ଘରେ ଚଢ଼ାଉ ଜାରି ରଖିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking