23.1 C
Bhubaneswar
Saturday, February 14, 2026
Homeଓଡିଶାରାସାୟନିକ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ ଟପ୍ ଏକ୍ସରସାଇଜ ଅନୁଷ୍ଠିତ

ରାସାୟନିକ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ ଟପ୍ ଏକ୍ସରସାଇଜ ଅନୁଷ୍ଠିତ

ଯାଜପୁର : ଆଜି ଯାଜପୁର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ଆଜି ସକାଳ ୧୦ଘ.୩୦ମି ସମୟରେ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ର ଏନ ଆଇ ସି ସମ୍ମିଳନୀ କକ୍ଷଠାରେ ଏକ ଟେବୁଲ ଟପ୍ ମକ୍ ଏକ୍ସରସାଇଜ ଆୟୋଜିତ ହୋଇଯାଇଛି I ଶିଳ୍ପ ସମ୍ବନ୍ଧୀୟ ରାସାୟନିକ ବିପର୍ଯ୍ୟୟଗୁଡ଼ିକୁ ମୁକାବିଲା କରିବା ପାଇଁ ଆସନ୍ତା ୨୮ ତାରିଖରେ ଜିଲ୍ଲାର ନୀଳାଚଳ ଇସ୍ପାତ ନିଗମ ରେ ମକ୍ ଏକ୍ସରସାଇଜ କରିବା ପାଇଁ ଆଜିର କାର୍ଯ୍ୟକ୍ରମରେ ଆଲୋଚନା କରାଯାଇ ଏହି ପଦକ୍ଷେପକୁ ସୁଚାରୁ ରୂପେ ସଂପାଦନ କରିବା ପାଇଁ ନିଷ୍ପତ୍ତି ନିଆଗଲା I ଲାଇଟ ଡିଜେଲ ଅ ଏ ଲ ଲିକେଜ ହେଲେ କିଭଳି ଭାବରେ ପ୍ରତିଷେଧତ୍ମକ ବ୍ୟବସ୍ଥା ଗ୍ରହଣ କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ , ,ଉପଜିଲ୍ଲାପାଳ ଶ୍ରୀ ଲମ୍ବୋଦର ଖୁଣ୍ଟିଆ,ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଅଶୋକ କୁମାର ବେହେରା,ଅଗ୍ନିଶମ ସେବା ଅଧିକାରୀ, ତହସିଲଦାର, ଦାନଗଦି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଓଡ୍ରାଫ ଙ୍କ ସମେତ ଜିଲ୍ଲାର ବିଭିନ୍ନ ବରିଷ୍ଠ ଅଧିକାରୀ ତଥା ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ ,ଟାଟା ଷ୍ଟିଲ, କଳିଙ୍ଗ ନଗର,ଭିଶା ଷ୍ଟିଲ, ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼, ବିଆରପି ଏଲ ର ଅଧିକାରୀ ମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହାୟତା କରିଥିଲେ I ଏନ ଡି ଏମ ଏ, ଓସ୍ଡମା ତତ୍ୱାବଧାନ ରେ ଜିଲ୍ଲାପାଳ ବିପର୍ଯ୍ୟୟ ପରିଚାଳନା ଗ୍ୟାସ ଲିକ ସମୟରେ ସଜାଗ ଓ ସତର୍କତା ଅବଲମ୍ବନ ଓ ସ୍ଥାନୀୟ ବାସିନ୍ଦା ଙ୍କୁ କିଭଳି କୁ ପ୍ରଭାବ ନପଡେ ସେଥିପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking