29.1 C
Bhubaneswar
Monday, February 2, 2026
Homeଦେଶ ବିଦେଶସୟଦ୍ ମୁସ୍ତାକ ଅଲୀ ଟ୍ରଫି; ବେଙ୍ଗଲ ଟିମ୍‌ରେ ମହମ୍ମଦ ଶମୀ

ସୟଦ୍ ମୁସ୍ତାକ ଅଲୀ ଟ୍ରଫି; ବେଙ୍ଗଲ ଟିମ୍‌ରେ ମହମ୍ମଦ ଶମୀ

କୋଲ୍‌କାତା: ନଭେମ୍ବର ୨୩ରୁ ଆରମ୍ଭ ହେବାକୁ ଥିବା ସୟଦ୍ ମୁସ୍ତାକ ଅଲୀ ଟ୍ରଫି ପାଇଁ ଭାରତୀୟ ଫାଷ୍ଟ୍ ବୋଲର୍ ମହମ୍ମଦ ଶମୀଙ୍କୁ ବେଙ୍ଗଲ ଟିମ୍‌ରେ ସାମିଲ କରାଯାଇଛି। ଆଘାତରୁ ସୁସ୍ଥ ହେବାପରେ ଶମୀ ଚଳିତ ରଣଜୀ ଟ୍ରଫି ଜରିଆରେ ବର୍ଷକ ପରେ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଟୁର୍ଣ୍ଣାମେଣ୍ଟ୍‌ରେ ବେଙ୍ଗଲର ପ୍ରଥମ ମୁକାବିଲା ପଞ୍ଜାବ ସହିତ ହେବ। ରଣଜୀ ଟ୍ରଫିରେ ଅନୁସ୍ତୂପ ମଜୁମଦାର ବେଙ୍ଗଲର ନେତୃତ୍ୱ ନେଇଥିବା ବେଳେ ଚଳିତ ଥର ଟୁର୍ଣ୍ଣାମେଣ୍ଟ୍ ପାଇଁ ସୁଦୀପ ଘରାମୀଙ୍କୁ ବେଙ୍ଗଲ ଟିମ୍‌ର କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇଛି। ଗତବର୍ଷ ଦିନିକିଆ ବିଶ୍ୱକପ୍ ଅବସରରେ ଆହତ ହୋଇଥିବା ଶମୀ ପ୍ରାୟ ଏକବର୍ଷ ପରେ ରଣଜୀ ଟ୍ରଫି ଜରିଆରେ ପଡ଼ିଆକୁ ଫେରିଥିଲେ। ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ସେ ମଧ୍ୟପ୍ରଦେଶ ବିପକ୍ଷ ପ୍ରଥମ ଇନିଂସ୍‌ରେ ୪ ଏବଂ ଦ୍ୱିତୀୟ ଇନିଂସ୍‌ରେ ୩ ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍ ପରେ ଆଶା କରାଯାଉଥିବା ଶମୀଙ୍କୁ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲଆ ପଠାଯାଇପାରେ, ମାତ୍ର ସେପରି ହୋଇନାହିଁ। ବେଙ୍ଗଲ ଟିମ୍‌: ସୁଦୀପ ଘରାମୀ (କ୍ୟାପ୍‌ଟେନ୍‌), ମହମ୍ମଦ ଶମୀ, ଅଭିଷେକ ପୋରେଲ୍ (ୱିକେଟ୍‌କିପର୍‌), ସୁଦୀପ ଚାଟାର୍ଜୀ, ଶାହବାଜ ଅହମ୍ମଦ, କରଣ ଲାଲ୍‌, ରିତିକ୍ ଚାଟାର୍ଜୀ, ଋତିକ ରାୟ ଚୌଧୁରୀ, ଶାକିର ହବିବ୍ ଗାନ୍ଧୀ (ୱିକେଟ୍‌କିପର୍‌), ରଣଜୋତ ସିଂହ ଖୈରା, ପ୍ରୟାସ ରେ ବର୍ମନ, ଅଗ୍ନିଭ ପୈନ୍ (ୱିକେଟ୍‌କିପର୍‌), ପ୍ରଦୀପ୍ତ ପ୍ରମାଣିକ, ସକ୍ଷମ ଚୌଧୁରୀ, ଈଶାନ୍ ପୋରେଲ୍‌, ମହମ୍ମଦ କୈଫ୍‌, ସୂରଜ ସିନ୍ଧୁ ଜୟସ୍ୱାଲ୍‌, ସାୟନ ଘୋଷ, କନିଷ୍କ ସେଠ୍‌, ସୌମ୍ୟଦୀପ ମଣ୍ଡଳ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking