20.1 C
Bhubaneswar
Thursday, February 12, 2026
Homeଓଡିଶାପୀତବାସଙ୍କ ପାଇଁ ଲଢ଼ିବେ ସ୍ବତନ୍ତ୍ର ପିପି କାଳୀ ଚରଣ ମିଶ୍ର

ପୀତବାସଙ୍କ ପାଇଁ ଲଢ଼ିବେ ସ୍ବତନ୍ତ୍ର ପିପି କାଳୀ ଚରଣ ମିଶ୍ର

ବ୍ରହ୍ମପୁର: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲା । ଲଢିବା ପାଇଁ ସ୍ବତନ୍ତ୍ର ଓକିଲ ନିଯୁକ୍ତ କରିବାକୁ ଡିଜିପିଙ୍କୁ ଚିଠି ଲେଖିଲା ବ୍ରହ୍ମପୁର ପୁଲିସ । ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ସିବିଆଇର ପୂର୍ବତନ ଆଇନ ପରାମର୍ଶଦାତା କାଳୀ ଚରଣ ମିଶ୍ରଙ୍କୁ ସ୍ବତନ୍ତ୍ର ପିପି ଭାବେ ନିଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି ବ୍ରହ୍ମପୁର ଏସପି ।ଏବଂ ତାଙ୍କୁ ସହାୟତା କରିବାକୁ ହାଇକୋର୍ଟର ଆଇନଜୀବୀ ଅବିନାଶ ପାଢିଙ୍କୁ ସହକାରୀ ପିପି ଭାବେ ନିଯୁକ୍ତ କରିବାକୁ ଅନୁରୋଧ କରିଛି ବ୍ରହ୍ମପୁର ପୁଲିସ । ଡିଜିପିଙ୍କୁ ଚିଠି ଲେଖି ଗୃହ ବିଭାଗର ଅନୁମୋଦନ ଲୋଡିଛି ବ୍ରହ୍ମୁପୁର ପୁଲିସ। ମାମଲା ସମ୍ବେଦନଶୀଳ ହୋଇଥିବାରୁ ସ୍ବତନ୍ତ୍ର ପିପି ନିଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି ବ୍ରହ୍ମପୁର ଏସପି ଶରବଣା ବିବେକ । ଏହି ମାମଲାରେ ଏପର୍ଯ୍ୟନ୍ତ ପୁଲିସ ୧୩ ଜଣଙ୍କୁ ଗିରଫ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking