24.1 C
Bhubaneswar
Friday, March 6, 2026
Homeଦେଶ ବିଦେଶସ୍ବରାଜ କୌଶଲଙ୍କ ପରଲୋକ

ସ୍ବରାଜ କୌଶଲଙ୍କ ପରଲୋକ

ମିଜୋରାମ: ମିଜୋରାମର ପୂର୍ବତନ ରାଜ୍ୟପାଳ ସ୍ୱରାଜ କୌଶଳଙ୍କ ପରଲୋକ। ଆଜି ଦିଲ୍ଲୀରେ ତାଙ୍କର ୭୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେ ଦିଲ୍ଲୀରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପତ୍ନୀ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଅଗଷ୍ଟ ୨୦୧୯ରେ ଦେହାନ୍ତ ହୋଇଥିଲା। ସେମାନଙ୍କ ଝିଅ ବନସୁରୀ ସ୍ୱରାଜ ଭାରତୀୟ ଜନତା ପାର୍ଟିର ଜଣେ ନେତ୍ରୀ ଏବଂ ନୂଆଦିଲ୍ଲୀ ଲୋକସଭା ନିର୍ବାଚନମଣ୍ଡଳୀର ସାଂସଦ। ୧୨ ଜୁଲାଇ, ୧୯୫୨ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ସ୍ୱରାଜ ଜଣେ ଜଣାଶୁଣା ଓକିଲ ଥିଲେ। ସେ ୧୯୯୦ ରୁ ୧୯୯୩ ପର୍ଯ୍ୟନ୍ତ ମିଜୋରାମର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ଶେଷ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ନେତୃବୃନ୍ଦ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking